19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଡିଭାଇଡରରେ ଧକ୍କା ହେଲା ଥର: ୫ ମୃତ

ଡିଭାଇଡରରେ ଧକ୍କା ହେଲା ଥର: ୫ ମୃତ

ଗୁରୁଗ୍ରାମ: ଗୁରୁଗ୍ରାମରେ ଏକ ଥର ଡିଭାଇଡରରେ ଧକ୍କା ଦେଇଛିଏହି ଦୁର୍ଘଟଣରେ କାର ଭିତରେ ଥିବା ଛଅ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି। ଶନିବାର ସକାଳ ପ୍ରାୟ ସାଢ଼େ ୪ଟା ସମୟରେ ଗୁରୁଗ୍ରାମ-ଦିଲ୍ଲୀ-ଜୟପୁର ରାଜପଥର ଝାରସା ଫ୍ଲାଏଓଭର ନିକଟରେ ଦ୍ରୁତ ଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଏକଜିଟ୍ ଡିଭାଇଡର୍ ସହିତ ଧକ୍କା ଦେବା ଫଳରେ ଏହି ଘଟଣା ଘଟିଥିଲା। ଉତ୍ତର ପ୍ରଦେଶର ପଞ୍ଜିକରଣ ନମ୍ବର ଥିବା ଗାଡ଼ିଟି ଏହି ଗୁରୁତର ଦୁର୍ଘଟଣାର ଶିକାର ହୋଇଛି। ଆହତଙ୍କୁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଥର ସମ୍ପୂର୍ଣ୍ଣ ଭାବରେ ଖଣ୍ଡ ବିଖଣ୍ଡିତ ହୋଇଯାଇଛିଖବର ପାଇ ଘଟଣାସ୍ଥଳରେ ଗୁରୁଗ୍ରାମ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking