24.1 C
Bhubaneswar
Wednesday, January 21, 2026
Homeଓଡିଶା୫ଟି ହାତୀଦାନ୍ତ ଜବତ ; ୭ ଅଭିଯୁକ୍ତ ଗିରଫ

୫ଟି ହାତୀଦାନ୍ତ ଜବତ ; ୭ ଅଭିଯୁକ୍ତ ଗିରଫ

ବାରିପଦା : ଶିମିଳିପାଳ ଏସ୍‌ଟିଆର୍ ଟିମ୍‌ ଓ କପ୍ତିପଦା ବନ ବିଭାଗ ୫ଟି ହାତୀଦାନ୍ତ ଜବତ କରିବା ସହିତ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୭ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁଯାୟୀ; କପ୍ତିପଦା ଥାନା ଶରତ ଥାନା ଅନ୍ତର୍ଗତ ରଜତନଗର ଅଞ୍ଚଳରେ ହାତୀଦାନ୍ତ ବିକ୍ରି ପାଇଁ ମୁଲଚାଲ୍‌ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ଏସ୍‌ଟିଆର୍‌ ଟିମ୍‌। ପରେ କପ୍ତିପଦା ବନ ବିଭାଗ ସହିତ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଘଟଣାସ୍ଥଳରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ।
ସେମାନଙ୍କ ପାଖରୁ ୫ଟି ହାତୀଦାନ୍ତ ଓ ୨ଟି ବାଇକ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ; କପ୍ତିପଦା ଥାନା ବିଦ୍ୟାଧରନଗର ଗାଁର ନଉରି ସିଂ (୭୨), ମହୁଲବରେଇର ବୀରଭଦ୍ର ସିଂ (୪୨), ମହୁଲପଙ୍ଖାର ନିତ୍ୟାନନନ୍ଦ ଗାଗରାଇ(୨୭), ଉଦଳା ଥାନା ଗୋବରସୋଲ ଗାଁର ସାମଲ ସିଂ (୩୫), ବାଲେଶ୍ବର ଜିଲ୍ଲା ଔପଦା ଥାନା ବେତେଇ ଗାଁର ସୁନିଲ କୁମାର ହୋ (୨୯), ବରହମ୍‌ପୁର ଥାନା ଜମୁନା ଗାଁର ନିରଞ୍ଜନ ବେହେରା (୪୬) ଓ କାଦୁଆଣିର ଅଜୟ ବାରିକ(୪୪)।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking