31.1 C
Bhubaneswar
Saturday, March 21, 2026
Homeଓଡିଶାପୋଲ ଉପରେ ୫ଫୁଟ ଉଚ୍ଚର ପାଣି: ଗମନାଗମନ ଠପ

ପୋଲ ଉପରେ ୫ଫୁଟ ଉଚ୍ଚର ପାଣି: ଗମନାଗମନ ଠପ

କୋରାପୁଟ: କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାରେ ଗତକାଲି ରାତି ଠାରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ୨୬ ନମ୍ବର ଜାତୀୟ ରାଜପଥର ମୋହନପଡ଼ା ନିକଟରେ ନିର୍ମାଣାଧୀନ ପୋଲ ସମ୍ମୁଖରେ ରାସ୍ତା ଉପରେ ପ୍ରାୟ ପାଞ୍ଚ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ପ୍ରତକ୍ଷ୍ୟଦର୍ଶୀମାନଙ୍କ କହିବା ଅନୁସାରେ ଘଟଣାସ୍ଥଳର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସମସ୍ତେ ଜଳହ୍ରାସକୁ ଅପେକ୍ଷା କରିଛନ୍ତି। ଆଜି ସକାଳ ଠାରୁ ଅନବରତ ବର୍ଷା ଲାଗି ରହି ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।କୋରାପୁଟ ଜିଲ୍ଲାର ସେମିଳିଗୁଡା, ସୁନାବେଡା, ନନ୍ଦପୁର, କୋରାପୁଟ ସହରର ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ‌ପରିସ୍ଥିତି ଦେଖାଯାଇଛି। ଅନେକ ଦୋକାନ, ଘର ଭିତରେ ପାଣି ପଶି ଅନେକ ଜିନିଷ ନଷ୍ଟ ହୋଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking