21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା  ୫ ଡାକ୍ତରଙ୍କ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା  ୫ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଏକା ସାଙ୍ଗେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ। ସେହିପରି ଆଉ ଜଣେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେରେ। ଉତ୍ତରପ୍ରଦେଶର କନୌଜ ଜିଲ୍ଲା। ଆଜି ଭୋରୁ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱରେ ଏକ ସ୍କର୍ପିଓ କାର୍ ଦ୍ରୁତ ଗତିରେ ଆସି ଡିଭାଇଡର୍‌ରେ ପିଟ ହୋଇ ରାସ୍ତା ଆର ପାର୍ଶ୍ୱକୁ ଚାଲିଯାଇଥିଲା। ଏହାପରେ ସାମ୍ନା ପଟୁ ଆସିଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଡାକ୍ତରଙ୍କ ସମେତ କାର୍ ଡ୍ରାଇଭର ଅଛନ୍ତି। ଏହି ୫ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ଥିଲେ। ଏମାନେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ ସୈଫଇକୁ ଫେରୁଥିଲେ। ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେକୁ ମାଡି ଯାଇଥିଲା। ୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ପୁଲିସ ସୂଚନା ଦେଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking