20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପୋଲିସ ଲାଇନ୍ କ୍ୱାର୍ଟରରୁ ୫ ମୃତଦେହ ଉଦ୍ଧାର

ପୋଲିସ ଲାଇନ୍ କ୍ୱାର୍ଟରରୁ ୫ ମୃତଦେହ ଉଦ୍ଧାର

ଭାଗଲପୁର: ଭାଗଲପୁର ପୋଲିସ ଲାଇନ୍‌ର ଏକ କ୍ୱାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ ଖେଳି ଯାଇଛି । କ୍ୱାର୍ଟରରୁ ଜଣେ ମହିଳା ପୋଲିସଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଡିଆଇଜି, ଏସ୍‌ଏସ୍‌ପି, ସିଟି ଏସ୍‌ପି, ସିଟି ଡିଏସ୍‌ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି । ଯେଉଁଥିରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ।

କୁହାଯାଉଛି ଯେ କନଷ୍ଟେବଳ ପତ୍ନୀ, ଦୁଇ ପିଲା ଏବଂ ତାଙ୍କ ମାଆଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଦଉଡ଼ିରେ ଝୁଲି ପଡ଼ିଛନ୍ତି । ତେବେ ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଭାଗଲପୁର ଡିଆଇଜି ବିବେକାନନ୍ଦ କହିଛନ୍ତି ଯେ କନଷ୍ଟେବଳ ନିତୁ କୁମାରୀ, ତାଙ୍କ ଦୁଇ ସନ୍ତାନ ଏବଂ ନୀଟୁଙ୍କ ଶାଶୁଙ୍କ ମୃତଦେହ ମିଳିଛି, ଚାରିଜଣଙ୍କ ଗଳା କଟିଯାଇଛି । କିନ୍ତୁ ନିତୁଙ୍କ ସ୍ୱାମୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ ପରିବାରର ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଛି । ମୃତ ମହିଳା କନଷ୍ଟେବଳ ନିତୁ କୁମାରୀ ୨୦୧୫ରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ପଚରାଉଚରା ବେଳେ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନ ଧରି ଝଗଡ଼ା ଲାଗି ରହିଥିଲା । ଗତକାଲି ରାତି ସାରା ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking