31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୫ କାଉଡିଆଙ୍କ ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୫ କାଉଡିଆଙ୍କ ଜୀବନ

ନୂଆଦିଲ୍ଲୀ : ଶ୍ରାବଣରେ ମହାଦେବଙ୍କ ପୀଠରେ ଜଳଲାଗି କରି ଫେରିବା ସମୟରେ ବିଦ୍ୟୁତ ଆଘାତରେ ଚାଲିଯାଇଛି ୫ କାଉଡିଆଙ୍କ ଜୀବନ। ଝାଡ଼ଖଣ୍ଡର ଲାତେହର ଜିଲା ଅନ୍ତର୍ଗତ ଟମ ଟମ ଟୋଲା ଅଞ୍ଚଳରେ ଏହି ଅଘଟଣ ଘଟିଛି। କାଉଡିଆମାନେ ଦେଓଘରଠାରେ ଥିବା ବାବା ବୈଦ୍ୟନାଥ ମନ୍ଦିରରେ ଜଳଲାଗି କରିଥିଲେ। ଜଳଲାଗି ପରେ ବିଭିନ୍ନ ଜାଗା ବୁଲାବୁଲି କରି ବୁଧବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ ଫେରୁଥିଲେ। ଗୁରୁବାର ଭୋର ପ୍ରାୟ ୩ଟାରେ ଗାଡ଼ିଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇଥିଲା। ଫଳରେ ଖୁଣ୍ଟରୁ ତାର ଛିଡ଼ି ଗାଡ଼ି ଉପରେ ପଡ଼ିଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ୫ କାଉଡିଆଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ କାଉଡିଆ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାରେ ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking