22.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଗୋ ଚାଲାଣକାରୀଙ୍କ ଆକ୍ରମଣରେ ୫ ଜଣ ବିଏସଏଫ କର୍ମଚାରୀ ଆହତ

ଗୋ ଚାଲାଣକାରୀଙ୍କ ଆକ୍ରମଣରେ ୫ ଜଣ ବିଏସଏଫ କର୍ମଚାରୀ ଆହତ

ଅଗରତାଲା: ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ସନ୍ଦିଗ୍ଧ ଗୋ ଚାଲାଣକାରୀମାନେ ବିଏସଏଫ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପାଞ୍ଚ ଜଣ ବିଏସଏଫ କର୍ମଚାରୀ ଆହତ ହୋଇଛନ୍ତି। ଏହା ସହ ଏକ ବିଏସଏଫ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବିଶଆଳଗଡ-କାମଥାନା ରାସ୍ତାରେ ଭାରତ-ବାଂଲାଦେଶ ସୀମା ନିକଟରେ ସନ୍ଦିଗ୍ଧ ଗୋ ଚାଲାଣକାରୀଙ୍କ ଆକ୍ରମଣରେ ପାଞ୍ଚ ଜଣ ବିଏସଏଫ କର୍ମଚାରୀ ଆହତ ହୋଇଛନ୍ତି। ବିଶାଲଗଡ ପୋଲିସ ଶନିବାର ଦେଇଥିବା ସୂଚନା ଅନୁସାରେ, କାମଥାନା ସୀମାନ୍ତ ଆଉଟପୋଷ୍ଟରେ ନିୟୋଜିତ ବିଏସଏଫ କର୍ମଚାରୀମାନେ ଏକ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଡ୍ରାଇଭର ସ୍ଥାନୀୟ ଗୋରୁ ବଜାର ଆଡକୁ ସ୍ପିଡ଼ରେ ଚାଲିଯାଇଥିଲେ। ବିଏସଏଫ କର୍ମଚାରୀମାନେ ଗାଡ଼ିଟିକୁ ପିଛା କରି ଗୋରୁ ବଜାରରେ ପହଞ୍ଚିଥିଲେ। ସେଠାରେ ଗୋ ଚୋରା ଚାଲାଣକାରୀ ଏବଂ ବିଏସଏଫ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଚୋରା ଚାଲାଣକାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପାଞ୍ଚ ଜଣ କର୍ମଚାରୀ ଆହତ ହୋଇଥିଲେ ଏବଂ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଦେଇଥିଲେ। ଏହି ମାମଲାରେ ପୋଲିସ ଏକ ଅଭିଯୋଗ ଦାଖଲ କରି ଗିରଫଦାରୀ ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking