ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆଜି ଡକାୟତି ଉଦ୍ୟମ ମାମଲା । ୧୨ ଘଣ୍ଟା ଭିତରେ ୧୫ ଅଭିଯୁକ୍ତକୁ ଧରିଲା ପୋଲିସ । ୧ ଦେଶୀ ବନ୍ଧୁକ , ୨ ଟି ଖେଳନା ବନ୍ଧୁକ , ଛୁରୀ , ଭୁଜାଲି ଜବତ । ସୂଚନାଯୋଗ୍ୟ ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ ହୋଇଥିଲା । ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ମିଳିଥିବା ସୂଚନା ମୁତାବକ, ବରପାଲିରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ୫ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ପଶିଥିଲେ । ପିସ୍ତଲ ଓ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କ ଆକାଉଣ୍ଟର ଚାବି ମାଗିଥିଲେ । ତେବେ ଲୁଟ୍ ପୂର୍ବରୁ କୌଶଳକ୍ରମେ ମ୍ୟାନେଜର ବ୍ୟାଙ୍କର ସାଇରନ ବଜାଇଥିଲେ । ପୋଲିସ ଭ୍ୟାନ ଆସିଲା ଭାବି ଫେରାର ମାରିଥିଲେ ଲୁଟେରା ଗ୍ୟାଙ୍ଗ। ଗୋଟିଏ ବାଇକରେ ୨ ଜଣ ଫେରାର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଥିଲା ପୋଲିସ । ଉକ୍ତ ଲୁଟେରା ଜଣକ ମହିଳା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରୁ ଏକ ପଲସର ଗାଡି ଓ ବନ୍ଧୁକ ଜବତ କରିଥିଲା । ଏହି ପରିପେକ୍ଷୀରେ ପୋଲିସ ୫ ଜଣଙ୍କୁ ଗିରଫ କରି ଏକ ବଡ ସଫଳତା ପାଇଛି ।