27.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଲେହ - ଲଦାଖରେ ୫.୭ ତୀବ୍ରତାର ଭୂମିକମ୍ପ

ଲେହ – ଲଦାଖରେ ୫.୭ ତୀବ୍ରତାର ଭୂମିକମ୍ପ

ଲେହ – ଲଦାଖ: ଲେହ – ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲେହ – ଲଦାଖରେ ଆଜି ସକାଳ ପ୍ରାୟ ୧୧:୫୬ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ୫.୭ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଲଦାଖର ଲେହରେ ୧୭୧ କିଲୋମିଟର ଗଭୀରତାରେ ଥିଲା । କିନ୍ତୁ ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ଆଜି ସକାଳେ ପ୍ରାୟ ୮:୪୪ରେ ରାଜଧାନୀରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ଉତ୍ତର ଦିଲ୍ଲୀରେ ଭୂମିରୁ ୫ କିଲୋମିଟର ତଳେ କେନ୍ଦ୍ରୀଭୂତ ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking