26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଯୌନ ନିର୍ଯାତନା ମାମଲାରେ ଗିରଫ ହେଲେ ୪୭ ବର୍ଷିୟ ମନୋବଜ୍ଞାନୀ

ଯୌନ ନିର୍ଯାତନା ମାମଲାରେ ଗିରଫ ହେଲେ ୪୭ ବର୍ଷିୟ ମନୋବଜ୍ଞାନୀ

ନୂଆଦିଲ୍ଲୀ: ନାଗପୁର ଅଞ୍ଚଳରୁ ଆସିଛି ଏକ ହୃଦୟଥରା ଖବର। ଜଣେ ୪୭ ବର୍ଷୀୟ ମନୋବିଜ୍ଞାନୀ ୫୦ରୁ ଅଧିକ ଝିଅଙ୍କୁ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ ଓ ବ୍ଲାକମେଲ କରିଆସୁଥିଲେ। ଏହି ମନୋବିଜ୍ଞାନୀ ଜମଙ୍କକ ନାମ ରାଜେଶ ଢୋକେ ହୋଇଥିବା ବେଳେ ସେ ଦୁଇ ସନ୍ତାନର ଜନକ ବୋଲି ଜଣା ପଡିଛି। ଛୋଟ ଝିଅମାନଙ୍କୁ କାଉନସେଲିଂ ଓ ରେସିଡେନ୍ସିଆଲ କ୍ୟାମ୍ପର ପ୍ରଲୋଭନ ଦେଖାଇ ଏପରି କୁକାର୍ଯ୍ୟ କରୁଥିଲେ ବୋଲି ସୁଚନା ମିଳିଛି। ରାଜେଶଙ୍କ ନାମରେ ପୋଲିସ ମୋଟ ୩ ଟି ମାମଲା ରୁଜୁ କରିଛି। ଗୋଟିଏ ମାମଲା ପୋସ୍କୋ ଅଧିନରେ ଦାଏର ହୋଇଥିବା ବେଳେ ଅନ୍ୟ ଦୁଇଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ଅତ୍ୟାଚାର ରୋକିବା) ଅଧିନରେ ଦାଏର କରାଯାଇଛି। ରାଜେଶ ବ୍ୟକ୍ତିଗତ ବିକାଶ ନାମରେ ଭଣ୍ଡାରା, ଗୋନ୍ଦିଆ ଭଳି ଗ୍ରାମାଞ୍ଚଳ ଗୁଡିକରେ କ୍ୟାମ୍ପ ପକାଇଥାନ୍ତି। ଏହି କ୍ୟାମ୍ପକୁ ଆସୁଥିବା ଝିଅ ମାନଙ୍କୁ ଟାର୍ଗେଟ କରି ରାଜେଶ ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ସହ ଦୁଷ୍କର୍ମ କରୁଥିଲେ।

ପରେ ଘଟଣା ସମୟର ଫଟୋ ଉଠାଇ ପୀଡିତା ମାନଙ୍କୁ ପୋଲିସରେ ଅଭିଯୋଗ ନଦେବାକୁ ଧମକ ମଧ୍ୟ ଦେଉଥିଲେ। ଏମିତିକି ପୀଡିତା ମାନଙ୍କର ବିବାହ ପରେ ମଧ୍ୟ ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ସ୍ଥାନୀୟ ମହିଳାମାନଙ୍କ ପ୍ରତି ମଧ୍ୟ ରାଜେଶର ବ୍ୟବହାର ମଧ୍ୟ ଠିକ ନଥିଲା। ରାଜେଶ ଅନେକ ସ୍ଥାନୀୟ ମହିଳାଙ୍କ ସହ ଅନୈତିକ ବ୍ୟବହାର କରୁଥିବା ନେଇ ସିସିଟିଭିରେ କଏଦ ଫୁଟେଜକୁ ପୋଲିସ ଜବତ କରିଛି। ଏହି କାରଣ ପାଇଁ ରାଜେଶ ପୂର୍ବରୁ ବହୁଥର ମାଡ ବି ଖାଇଛି। ଏତେ ସବୁ ହେଲା ପରେ ବି ତା ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନଥିବା ସ୍ଥାନିୟ ଲୋକମାନେ କହିଛନ୍ତି। ରାଜେଶ ଦ୍ୱାରା ବାରମ୍ବାର ଶିକାର ହେବା ପରେ ଜଣେ ପୁରୁଣା ଛାତ୍ରୀ ବାଧ୍ୟ ହୋଇ ହୁଦକେଶ୍ୱର ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ ଏକ ସ୍ପେଶାଲ କମିଟି ଗଠନ କରି ମାମଲାର ଛାନଭିନ ଆରମ୍ଭ କରିଦେଇଥିଲା। ଏହି ମାମଲାରେ ରାଜେଶକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking