24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶ୪୫ ଉମରାହ ଯାତ୍ରୀଙ୍କ ମୃତ୍ୟୁ ଘଟଣା; ସାଉଦିଆରବରେ ହିଁ ଦିଆଯିବ କବର

୪୫ ଉମରାହ ଯାତ୍ରୀଙ୍କ ମୃତ୍ୟୁ ଘଟଣା; ସାଉଦିଆରବରେ ହିଁ ଦିଆଯିବ କବର

ରିୟାଦ: ରବିବାର ବିଳମ୍ବିତ ରାତିରେ ସାଉଦି ଆରବର ମକ୍କା-ମଦିନା ରାଜପଥରେ ଘଟିଥିବା ଏକ ଭୟଙ୍କର ବସ୍‌-ଟ୍ୟାଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଭାରତୀୟ ନାଗରିକଙ୍କ ମୃତଦେହକୁ ସ୍ୱଦେଶ ଅଣାଯିବନାହିଁ। ବରଂ ସେହିଠାରେ ହିଁ ମୃତଦେହଗୁଡ଼ିକୁ କବର ଦିଆଯିବାର ବ୍ୟବସ୍ଥା କରାଯାଉଛି। ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେଲେଙ୍ଗାନା କ୍ୟାବିନେଟ୍ ଗତକାଲି ନିଷ୍ପତ୍ତି ନେଇଛି ଯେ ମୃତକଙ୍କୁ ସେମାନଙ୍କ ଧାର୍ମିକ ରୀତିନୀତି ଅନୁସାରେ ସାଉଦି ଆରବରେ କବର ଦିଆଯିବ। ପ୍ରତ୍ୟେକ ପୀଡିତଙ୍କ ପରିବାରରୁ ଦୁଇଜଣଙ୍କୁ ଶେଷକୃତ୍ୟରେ ଯୋଗଦେବା ପାଇଁ ସାଉଦି ଆରବ ପଠାଯିବ। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରିବାରକୁ ଶବ ଭାରତକୁ ଫେରାଇ ଆଣିବା କିମ୍ବା ମଦିନାର ଜନ୍ନତୁଲ୍ ବାକିରେ କବର ଦେବାର ସରକାରଙ୍କ ପକ୍ଷରୁ ବିକଳ୍ପ ଦିଆଯିବ। ଯଦି ସମସ୍ତ ମୃତକଙ୍କ ପରିବାର ସ୍ୱଦେଶ ଫେରାଇ ଆଣିବା ନେଇ ସହମତି ପ୍ରକାଶ କରିବେ ତେବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମାଧ୍ୟମରେ ବ୍ୟବସ୍ଥା କରାଇବେ ନଚେତ୍ ସେହିଠାରେ ହିଁ ମୃତଦେହଗୁଡ଼ିକୁ କବର ଦିଆଯିବ। ପ୍ରକାଶ, ଭାରତୀୟ ଉମରାହଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ମଦିନାରୁ ପ୍ରାୟ ୪୦ କିଲୋମିଟର ଦୂରରେ ମୁହରାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏମାନେ ସମସ୍ତେ ଉମରାହ (ଇସଲାମିକ୍ ତୀର୍ଥଯାତ୍ରା) ପାଇଁ ସାଉଦିଆରବ ଯାତ୍ରା କରୁଥିଲେ। ସବୁଠୁ ବଡ଼ ଦୁଃଖର ବିଷୟ ଥିଲା ଯେ ହାଇଦ୍ରାବାଦର ଗୋଟିଏ ପରିବାରର ପ୍ରାୟ ୧୮ଜଣ (ତିନି ପିଢ଼ି) ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତେବେ ଏମାନଙ୍କ ମୃତଦେହଗୁଡ଼ିକୁ ସେହିଠାରେ ହିଁ ମୃତଦେହଗୁଡ଼ିକୁ କବର ଦିଆଯିବା ନେଇ ସ୍ପଷ୍ଟ ହୋଇଛି। ପ୍ରକାଶ, ସାଉଦି ଆଇନ ଅନୁଯାୟୀ, ସେଠାରୁ ମୃତଦେହ ଫେରାଇବା ଅତ୍ୟନ୍ତ କଷ୍ଟକର। ଏହାବ୍ୟତୀତ, ସଡକ ଦୁର୍ଘଟଣାରେ ସାଉଦି ସରକାର ପୀଡିତଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିନଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking