22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଇସ୍ରାଏଲ୍‌ ଆକ୍ରମଣରେ ୪୫ ଜଣ ମୃତ

ଇସ୍ରାଏଲ୍‌ ଆକ୍ରମଣରେ ୪୫ ଜଣ ମୃତ

ନୂଆଦିଲ୍ଲୀ: ରଫା ଓ ଗାଜାର ଭିନ୍ନଭିନ୍ନ ସ୍ଥାନରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବା ଫଳରେ ୪୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇସ୍ରାଏଲ୍‌ ସେନା କହିଛି, ଅନେକ ସ୍ଥାନରେ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କ ସହିତ ଲଢ଼େଇ ଜାରି ରହିଛି। ଇସ୍ରାଏଲ ସେନା ପାଖାପାଖି ଦେଢ଼ ମାସ ହେଲା ସୀମା ନିକଟସ୍ଥ ରଫା ସହରରେ ଲଢ଼େଇ ଜାରି ରଖିଛି। କିନ୍ତୁ ସଂପୂର୍ଣ୍ଣ ଭାବେ ନିଜର ନିୟନ୍ତ୍ରଣ ଭିତରେ ଆଣିବାକୁ ବିଫଳ ହୋଇଛି।

ରଫାରେ ଏବେବି ଗାଜାର ଅନ୍ୟ ସହରରୁ ଆସିଥିବା ଏକ ଲକ୍ଷରୁ ଅଧିକ ଗୃହହୀନ ପାଲେଷ୍ଟାଇନ ନାଗରିକ ଶରଣ ନେଇଛନ୍ତି। ଗତ ମେ’ ମାସର ଆରମ୍ଭରେ ଶରଣାର୍ଥୀଙ୍କ ସଂଖ୍ୟା ୧୪ ଲକ୍ଷ୍ୟ ଥିଲା। ଇସ୍ରାଏଲ ଆକ୍ରମଣରୁ ବର୍ତ୍ତିବା ପାଇଁ ପାଖାପାଖି ୧୩ ଲକ୍ଷ ଲୋକ ପଳାୟନ କରି ଗାଜାର ବିଭିନ୍ନ ସ୍ଥାନରେ ଅଛନ୍ତି। ରାଫା ନିବାସୀଙ୍କ ଅନୁସାରେ ଇସ୍ରାଏଲ ଟ୍ୟାଙ୍କ ସହରର ପଶ୍ଚିମ ଓ ଉତ୍ତର ସୀମାରୁ ଗୁଳିମାଡ଼ କରୁଛି। ରହିରହି ବିମାନରୁ ଆକ୍ରମଣ କରୁଛି। ଶୁକ୍ରବାର ରଫାର ପଶ୍ଚିମାଞ୍ଚଳରେ ଥିବା ମୱାସୀ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୨ ଜଣ ପାଲେଷ୍ଟାଇନ୍‌ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି। ରଫାର ମେୟର ଅହମଦ୍‌ ଅଲ-‌ସୋଫୀ କହିଛନ୍ତି, ପୂରା ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ଭିତରେ ଅଛନ୍ତି। ଏଠାରେ ରହୁଥିବା ଜନସାଧାରଣଙ୍କ ପ୍ରତି ଇସ୍ରାଏଲ୍‌ ସେନାର ଆଦୌ ଚିନ୍ତା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking