28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶରୁଷ ସେନାରୁ ଛାଡ଼ ପାଇଲେ ୪୫ ଭାରତୀୟ

ରୁଷ ସେନାରୁ ଛାଡ଼ ପାଇଲେ ୪୫ ଭାରତୀୟ

ମସ୍କୋ:  ୟୁକ୍ରେନ୍ ବିରୋଧୀ ଲଢ଼େଇରେ ରୁଷ୍ ସେନାରେ ଜୋରଜବରଦସ୍ତ ଭାବେ ସାମିଲ ହୋଇଥିବା ପ୍ରାୟ ୪୫ ଭାରତୀୟ ନାଗରିକଙ୍କୁ ରୁଷ୍ ସରକାରଙ୍କ ପକ୍ଷରୁ ମୁକ୍ତ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏବେ ବାସ୍ତବ ରୂପ ଧାରଣ କରିଛି । ମୋଦୀ-ପୁତିନ୍ ସାକ୍ଷାତକାର ସମୟରେ ମୋଦୀ, ରୁଷ୍ ସେନାରେ ସାମିଲ ଥିବା ଭାରତୀୟ ଯୁବକଙ୍କୁ ମୁକ୍ତ କରିବାକୁ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଦିଗରେ ସହଯୋଗ କରିବାକୁ ପୁତିନ୍‌ଙ୍କୁ କହିଥିଲେ । ପୁତିନ୍ ମଧ୍ୟ ମୋଦୀଙ୍କ କଥା ରଖିବା ଉଦ୍ଦେଶ୍ୟରେ ଭାରତୀୟ ଯୁବକଙ୍କୁ ସୁରକ୍ଷିତ ଭାରତ ପଠାଯିବା ପାଇଁ ତାଙ୍କ ସରକାର ନିଶ୍ଚିତ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଦିଗରେ ପ୍ରଥମ ପଦକ୍ଷେପ ସ୍ୱରୁପ ରୁଷ୍ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ଯୁବକ ମୁକ୍ତ ହୋଇଛନ୍ତି । ତେବେ ରୁଷ ସେନାରେ ଏବେ ବି ଆହୁରି ୫୦ ଭାରତୀୟ ନାଗରିକ ଅଛନ୍ତି ଓ ସେମାନେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି ବୋଲି ଜଣାପଡିଛି । ସେମାନଙ୍କୁ ମଧ୍ୟ ଉଦ୍ଧାର କରିବା ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି । ପ୍ରକାଶ, ନୂଆଦିଲ୍ଲୀରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତାରିତ ଏକ ମାନବ ଚାଲାଣ ନେଟୱର୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସ୍ଥାନୀୟ ଏଜେଣ୍ଟମାନଙ୍କୁ ବ୍ୟବହାର କରି ଭାରତୀୟ ଯୁବକମାନଙ୍କୁ ରୁଷ ନେଇଯାଇଥିଲା । ସେମାନଙ୍କୁ ଭଲ ଚାକିରି କିମ୍ବା ବଡ଼ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଦେବା ପ୍ରତିଶ୍ରୁତି ଦେଇ ଚାଲାଣ କରାଯାଇଥିଲା । ଏହି ମାମଲାର ତଦନ୍ତ ଏବେ ସିବିଆଇ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking