ବୌଦ୍ଧ: ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦଙ୍କ ୪୪ ପ୍ଲଟ ଠାବ କଲା ଭିଜିଲାନ୍ସ । ୬ଟି ସ୍ଥାନରେ ରେଡ୍ ପରେ ଏମଭିଆଇଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଏମଭିଆଇଙ୍କର ବାରିପଦାରେ ଗୋଟିଏ ୨ ମହଲା କୋଠା ମଧ୍ୟ ଅଛି । ଝିଅର ମେଡିକାଲ ପାଠପଢାରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୧.୦୮ କୋଟିର ଡିପୋଜିଟ୍ ସହ ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡ଼ା ୨୫୦ ଗ୍ରାମ୍ ସୁନା ଓ ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍ ଥିବା ବି ଜଣାଯାଇଛି। ସକାଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ବାରିପଦା ଘର, ବୌଦ୍ଧ ଭଡା ଘର ଓ ଆରଟିଓ ଅଫିସ୍ରେ ରେଡ୍ କରିଛି ଭିଜିଲାନ୍ସ । ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହେଯାଗୀଙ୍କ ଘରେ ରେଡ୍ । ଭୁବନେଶ୍ୱର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟରେ ବି ଚଢାଉ କରିଛି ଭିଜିଲାନ୍ସ ।









