ଭୁବନେଶ୍ୱର: ଗତ ୭ ବର୍ଷରେ ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାର ଶୂନ୍ୟକାଳରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟ ବାହାରକୁ କାମ କରିବାକୁ ଯାଇ ପ୍ରାଣ ହରାଉଛନ୍ତି ପ୍ରବାସୀ ଶ୍ରମିକ । ୨୦୧୯ରୁ ୨୦୨୫ ମଧ୍ୟରେ ୪୩୨ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ବାହାର ରାଜ୍ୟରେ ମୃତ ପ୍ରବାସୀ ଶ୍ରମୀକଙ୍କ ମୃତଦେହ ଫେରାଇ ଆଣିଛନ୍ତି ସରକାର । ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ୧୪ଟି ପ୍ରବାସୀ ଶ୍ରମିକ ଜିଲ୍ଲାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି । ଅନ୍ୟ ୧୬ ଜିଲ୍ଲାକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ସରଗରମ ହୋଇପାରେ ବିଧାନସଭ।। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି । ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଦାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ଗୃହରେ ଘମାଘୋଟ ଆଲୋଚନାର ସମ୍ଭାବନା ରହିଛି । ଦ୍ୱିତୀୟାର୍ଦ୍ଧରେ ବାଣିଜ୍ୟ , ଆଇନ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।










