33.1 C
Bhubaneswar
Monday, March 30, 2026
Homeଓଡିଶାଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ

ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ

ଭୁବନେଶ୍ଵର : ବିଧାନସଭାରେ ଉଠିଲା ଚିଟଫଣ୍ଡ୍ ପ୍ରସଙ୍ଗ। କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଯାଏ ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଚିଟଫଣ୍ଡ ଟଙ୍କା ଫେରି ପାଇଛନ୍ତି। ବିଧାୟକ ଗଣେଶ୍ଵର ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ଥ କରାଯାଇଛି। ଅବଶିଷ୍ଟ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିଛି। ସେହିପରି କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ଥ କରାଯାଇଛି। ଏହା ସହ ୮ଟି ସଂସ୍ଥାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି ଫଳରେ ସରକାରଙ୍କୁ ସାଢେ ୮ କୋଟିରୁ ଅଧିକ ରାଶି ପ୍ରାପ୍ତ ହୋଇଛି। ୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ନିମନ୍ତେ ୯୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking