26.1 C
Bhubaneswar
Saturday, March 14, 2026
Homeଓଡିଶା୪୨ ହଜାର ଦର୍ଶକ ଦେଖିବେ ବାରବାଟୀ ମ୍ୟାଚ: ଏତିକି ରହିବ ଟିକେଟ ଦର…

୪୨ ହଜାର ଦର୍ଶକ ଦେଖିବେ ବାରବାଟୀ ମ୍ୟାଚ: ଏତିକି ରହିବ ଟିକେଟ ଦର…

ନୂଆଦିଲ୍ଲୀ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ମ୍ୟାଚର ସଫଳ ଆୟୋଜନ ନେଇ ଓସିଏ, ରାଜ୍ୟ ସରକାର ଓ କମିଶନରେଟ ପୁଲିସ ପକ୍ଷରୁ ବ୍ୟାକପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରୁଟିଶୂନ୍ୟ ମ୍ୟାଚ ଆୟୋଜନ ନେଇ ଆମେ ପ୍ରସ୍ତୁତ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ। ତେବେ ୨୩ ହଜାର ଟିକେଟ ବିକ୍ରି କରାଯିବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ଦିଆଯିବ।

ଟିକଟକୁ ନେଇ ଓସିଏ ସମ୍ପାଦକ ବେହେରା କହିଛନ୍ତି ଯେ, ଗତ ଫେବୃଆରୀ ୯ରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦର୍ଶକ କ୍ଷମତା ୪୪,୫୦୦ ରହିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ ଲାଗି ଦର୍ଶକ କ୍ଷମତା ୪୨ ହଜାରକୁ ହ୍ରାସ କରାଯାଇଛି। ପୂର୍ବ ମ୍ୟାଚଠାରୁ ୨୫୦୦ ଟିକଟ ହ୍ରାସ କରାଯାଇଛି। ଦର୍ଶକଙ୍କ ସୁରକ୍ଷା ଓ ଦୀର୍ଘ ବର୍ଷର ଗ୍ୟାଲେରୀ ହୋଇଥିବାରୁ ଦର୍ଶକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ କରାଯାଇଛି। ଅନ୍ୟପକ୍ଷରେ ଗତ ମ୍ୟାଚରେ ରହିଥିବା ଟିକଟ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ। ଗତ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଟିକଟ ଦର ଯାହା ରହିଥିଲା ତାହା ଅପରିବର୍ତ୍ତିତ ରହିଛି। ସାଧାରଣ ଦର୍ଶକଙ୍କ ଲାଗି ଅନଲାଇନରେ ଟିକଟ ସୋମବାରଠାରୁ ବିକ୍ରି କରାଯିବ। ଅନ୍‌ଲାଇନରେ ମୋଟ୍‌ ୨୦୦୦ ଟିକଟ ବିକ୍ରି କରାଯିବ। ସେହିପରି ଡିସେମ୍ବର ୫ରେ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। କାଉଣ୍ଟରରେ ମୋଟ୍‌ ୧୦ ହଜାର ଟିକଟ ବିକ୍ରି ହେବ। ଗ୍ୟାଲେରୀ ୧ ଓ ୩ର ମୂଲ୍ୟ ୧୧୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ ୫ର ମୂଲ୍ୟ ୧୨୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୭୦୦ ଟଙ୍କା ରହିଛି। ଏହାଛଡ଼ା ସ୍ପେଶାଲ ଏନକ୍ଲୋଜର ୬୦୦୦ ଟଙ୍କା, ଏସି ବକ୍ସ ୮୦୦୦ ଟଙ୍କା, ନ୍ୟୁ ପ୍ୟାଭିଲିୟନ ୧୦୦୦୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ରହିଛି। ମୋଟ୍‌ ୪୨ ହଜାର ଟିକଟ ମଧ୍ୟରୁ ୨୩ ହଜାର ଟିକଟ ବିକ୍ରି ହେବ। ସେଥିମଧ୍ୟରୁ ୧୨ ହଜାର ସାଧାରଣ ଦର୍ଶକ ଓ ୧୧ ହଜାର ଓସିଏ ଅନୁବନ୍ଧିତ ୟୁନିଟ୍‌କୁ ବିକ୍ରି କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking