ଭୁବନେଶ୍ୱର: ୨୦୨୬ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ +୨ ପରୀକ୍ଷାରେ ମୋଟ୍ ୪ଲକ୍ଷ ୧୬ହଜାର ୨୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି +୨ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ସେଥିରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩ଲକ୍ଷ ୭୬ହଜାର ୫୩୫ ହୋଇଥିବା ବେଳେ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୨୫ହଜାର ୮୮ଜଣ ରହିଛନ୍ତି। କଳାରେ ମୋଟ୍ ପରୀକ୍ଷାର୍ଥୀ ୨ଲକ୍ଷ ୫୬ହଜାର ୭୦୭ଜଣ ରହିଛନ୍ତି। ଏଥିରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨ଲକ୍ଷ ୪୧ହଜାର ୬୨୨ଜଣ ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୧୫ହଜାର ୮୫ଜଣ ରହିଛନ୍ତି। ସେହିପରି ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪ ହଜାର ୬୨୧ଜଣ ରହିଛନ୍ତି। ଏଥିରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୩ ହଜାର ୧୦୨ ଜଣ ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୧୫୧୯ ଜଣ ରହିଛନ୍ତି। ବିଜ୍ଞାନରେ ମୋଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧ଲକ୍ଷ ୧୪ହଜାର ୩୬୩ ଜଣ ହୋଇଥିବାବେଳେ ରେଗୁଲାର ୧ଲକ୍ଷ ୬ହଜାର ୬୪୭ ଜଣ ଏବଂ ଏକ୍ସରେଗୁଲାର ୭ହଜାର ୭୧୬ ଜଣ ରହିଛନ୍ତି। ଧନ୍ଦାମୂଳକଶିକ୍ଷାରେ ମୋଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫ହଜାର ୯୩୨ଜଣ । ଏଥିରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫ହଜାର ୧୬୪ ଜଣ ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୭୬୮ ଜଣ ରହିଛନ୍ତି। ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ।









