21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶ୪୧ ମାଓବାଦୀଙ୍କ ଆତ୍ମସମର୍ପଣ

୪୧ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ: ଛତିଶଗଡ ବିଜାପୁରରେ ୪୧ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ୪୧ ମାଓବାଦୀଙ୍କ ମଧ୍ୟରେ ୨୯ ପୁରୁଷ ଓ ୧୨ ମହିଳା କ୍ୟାଡର। ସମସ୍ତଙ୍କ ମୁଣ୍ଡ ଉପରେ ଥିଲା ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଛତିଶଗଡରେ ୨୪ ଘଣ୍ଟାରେ ୬୯ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଏହି ୪୧ ଜଣ କ୍ୟାଡରଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ ଏବଂ ବିଭିନ୍ନ କମ୍ପାନୀର ପାଞ୍ଚ ଜଣ ସଦସ୍ୟ, ତିନୋଟି କ୍ଷେତ୍ର କମିଟି ସଦସ୍ୟ (ଏସିଏମ୍), ୧୧ ପ୍ଲାଟୁନ ଏବଂ କ୍ଷେତ୍ର କମିଟି ସଦସ୍ୟ, ଦୁଇ ଜଣ ପିଏଲଜିଏ ସଦସ୍ୟ, ଚାରି ଜଣ ମିଲିସିଆ ପ୍ଲାଟୁନ କମାଣ୍ଡର, ଜଣେ ଡେପୁଟି କମାଣ୍ଡର, ଛଅ ଜଣ ମିଲିସିଆ ପ୍ଲାଟୁନ ସଦସ୍ୟ ଏବଂ ବିଭିନ୍ନ ଆରପିସି, ଜନତାନା ସରକାର, ଡିକେଏମଏସ ଏବଂ କେଏଏମଏସର ନଅ ଜଣ ପଦାଧିକାରୀ ଅନ୍ତର୍ଭୁକ୍ତ।

ଏମାନେ ସମସ୍ତେ ଦକ୍ଷିଣ ଉପ-ଜୋନାଲ୍ ବ୍ୟୁରୋ, ଡିକେଏସଜେଡସି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଧମତାରି-ଗାରିଆବନ୍ଦ-ନୂଆପଡ଼ା ଡିଭିଜନ ସମେତ ପଶ୍ଚିମ ବସ୍ତରର ବିଭିନ୍ନ ମୋର୍ଚ୍ଚାରେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ। ବିଜାପୁରର ସିଆରପିଏଫ ସେକ୍ଟରର ଡେପୁଟି ଇନ୍ସପେକ୍ଟର ଜେନେରାଲ ବିଏସ ନେଗି, ପୋଲିସ ଅଧିକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ଯାଦବ ଏବଂ ଡିଆରଜି, ବସ୍ତର ଫାଇଟର୍ସ, ଏସଟିଏଫ, କୋବ୍ରା ଏବଂ ବିଭିନ୍ନ ସିଆରପିଏଫ ବାଟାଲିୟାନର ଅଧିକାରୀମାନଙ୍କ ଉପସ୍ଥିତିରେ ବୁଧୁବାର ଆତ୍ମସମର୍ପଣ କରିଥିଲେ ୪୧ ମାଓବାଦୀ। ବିଜାପୁର ପୋଲିସ ତଥ୍ୟ ଅନୁଯାୟୀ, ଜାନୁଆରୀ ୧, ୨୦୨୫ ପରଠାରୁ ମାଓ ଘଟଣାରେ ସମ୍ପୃକ୍ତ ୫୨୮ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି, ୫୬୦ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏବଂ ବିଭିନ୍ନ ଏନକାଉଣ୍ଟରରେ ୧୪୪ ଜଣ ମାଓବାଦୀ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking