ନୂଆଦିଲ୍ଲୀ : ନାଇଜେରିଆର ଜାମଫାରା ନଦୀରେ ଡଙ୍ଗା ଓଲଟି ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଯାଉଥିବା ବେଳେ ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ଖବର ମୁତାବକ, ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ କୃଷକ ଥିଲେ । ପ୍ରତିଦିନ ଡଙ୍ଗାରେ ନଦୀ ପାର ହୋଇ ନିଜ ଚାଷଜମିକୁ ଯାଉଥିଲେ । ଡଙ୍ଗା ବୁଡିବା ଖରବ ଶୁଣିବା ପରେ ସ୍ଥାନୀୟ ବୁଡାଳି ସହିତ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅତିକମରେ ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଡଙ୍ଗାରେ ଥିବା ମୃତକ ୪୧ ଜଣଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ରହିଛନ୍ତି । ନାଇଜେରିଆ ରାଷ୍ଟ୍ରପତି କହିଛନ୍ତି, କୃଷକମାନେ ପ୍ରତିଦିନ ନିଜ ଜମିକୁ ଚାଷ କରିବା ପାଇଁ ଯିବାଆସିବା କରନ୍ତି । ତେବେ କୃଷକମାନେ ନିଜ ଜମିକୁ ଯାଉଥିବା ବେଳେ ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ସମସ୍ତ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।