27.8 C
Bhubaneswar
Wednesday, March 26, 2025
Homeଓଡିଶା୫ବର୍ଷରେ ଜବତ ହୋଇଛି ୪୦୩ଟି କରତକଳ

୫ବର୍ଷରେ ଜବତ ହୋଇଛି ୪୦୩ଟି କରତକଳ

ଭୁବନେଶ୍ୱର: ଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ ଚାଲୁଥିବା ୪୦୩ଟି କରତକଳକୁ ବିଭାଗୀୟ କର୍ମଚାରୀମାନେ ଜବତ କରିଛନ୍ତି । ଏଥି ସହିତ ସେଠାରେ ମହଜୁଦ ଥିବା କାଠ ଓ କରତକଳର ଯନ୍ତ୍ରାଂଶକୁ ବି ଜବତ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୭୫ଟି ଲାଇସେନ୍ସପ୍ରାପ୍ତ କରତକଳ ଚାଲୁଅଛି । ଏହି କରତଳ କଳଗୁଡିକୁ ସାଧାରଣତଃ ବିଭିନ୍ନ କିସମର କାଠ କାଟିବାପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ଗତ ପାଞ୍ଚବର୍ଷ ମଧ୍ୟରେ ବେଆଇନ୍‍ ଭାବେ ଚାଲୁଥିବା ୪୦୩ କରତକଳକୁ ଜବତ କରାଯିବା ସହିତ ଏହାକୁ ସ୍ଥାପନ କରିଥିବା ଲୋକଙ୍କ ବରୁଦ୍ଧରେ ଓଡିଶା କରତ କଳ (ନିୟନ୍ତ୍ରଣ) ଆଇନ ୧୯୯୧ଅନୁଯାୟୀ ବିଭାଗ ତରଫରୁ ଆଇନଗତ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking