ଭୁବନେଶ୍ୱର: ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଯଁରେ କ୍ଷତିଗ୍ରସ୍ତ ହୋଇଛି । ଗତ ୨ ବର୍ଷରେ ୫୬ ହଜାର ୮୮୦ ହେକ୍ଟର ଜଙ୍ଗଲ ଜମିରେ ଚାରାରୋପଣ କରାଯିବ।ଚାରାରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ।ସରଗରମ ହୋଇପାରେ ବିଧାନସଭ।। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି । ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଦାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି ପ୍ରଶ୍ନକାଳ। ପ୍ରଶ୍ନକାଳରେ ଗୃହରେ ଘମାଘୋଟ ଆଲୋଚନାର ସମ୍ଭାବନା ରହିଛି । ଦ୍ୱିତୀୟାର୍ଦ୍ଧରେ ବାଣିଜ୍ୟ, ଆଇନ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।










