16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନାବାଳକ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ ୪୦ ବର୍ଷର ଶିକ୍ଷୟିତ୍ରୀ

ନାବାଳକ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ ୪୦ ବର୍ଷର ଶିକ୍ଷୟିତ୍ରୀ

ମୁମ୍ବାଇ: ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାରେ ଜଣେ ୪୦ ବର୍ଷୀୟ ଶିକ୍ଷୟିତ୍ରୀ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରକୁ ଏନଜାଇଟି ଔଷଧ ଦେଇ ତା’ ସହ ରଖୁଥିଲା ଶାରୀରିକ ସଂପର୍କ। ଏହା କେବଳ ସମାଜକୁ ଖରାପ ବାର୍ତ୍ତା ନୁହେଁ, ବରଂ ବିଦ୍ୟାଳୟରେ ପିଲାମାନଙ୍କର ସୁରକ୍ଷାକୁ ବିପଦରେ ପକାଇଛି। ଏହି ଘଟଣାଟି ଏକ ବର୍ଷ ଧରି ଚାଲିଆସୁଥିଲା। ଅଭିଯୁକ୍ତ ଶିକ୍ଷୟିତ୍ରୀ ଏକାଦଶ ଶ୍ରେଣୀର ଜଣେ ପିଲାକୁ ଟାର୍ଗେଟ କରିଥିଲା। ସେ ଛାତ୍ରଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ।

ଏହାପରେ ସେ ଛାତ୍ରଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲା। ଏହାକୁ ଛାତ୍ର ବିରୋଧ ମଧ୍ୟ କରିଥିଲେ। ଏହାପରେ ସେ ଛାତ୍ରର ସାଙ୍ଗମାନଙ୍କ ଜରିଆରେ ତା’ସହ କଥା ହେବାକୁ ଚେଷ୍ଟା କରିଥିଲା। ନିରିହ ଛାତ୍ରଙ୍କୁ ନିଛାଟିଆ ସ୍ଥାନକୁ ଡାକି ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ବସ୍ତ୍ର ଖୋଲି ତାଙ୍କ ସହ ଜୋରଜବରଦସ୍ତି କରିଥିଲେ। ଏହି ସମୟରେ ଛାତ୍ରଜଣକ ଅସହଜ ଅନୁଭବ କରିଥିଲା। କିନ୍ତୁ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଶାନ୍ତ କରିବା ଲାଗି ଏନଜାଇଟି ଔଷଧ ଦେଇଥିଲେ। ଏହି ଘଟଣା ବାରମ୍ବାର କରିବାକୁ ଲାଗିଲେ ଶିକ୍ଷୟିତ୍ରୀ। ଛାତ୍ରଙ୍କ ମଧ୍ୟରେ ଏକ ପରିବର୍ତ୍ତନକୁ ଲକ୍ଷ୍ୟ କରି ତାଙ୍କ ମାଆ-ବାପା ଚିନ୍ତାରେ ପଡ଼ିଯାଇଥିଲେ। ଏହାପରେ ସେ କଥା ହେବାକୁ ଲାଗିଲେ ନିଜ ପିଲା ସହ। ଏହି ସମୟରେ ସେ ନିଜ ବାପା-ମାଆଙ୍କୁ ଏହି ସତ କଥା ଜଣାଇଥିଲେ। ଏହାକୁ ଶୁଣି ତାଙ୍କ ମାଆ-ବାପା ଚୁପ ରହିଥିଲେ। ସେମାନେ ଭାବିଥିଲେ ଯେ, ସବୁକିଛି ଠିକ୍ ହୋଇଯିବ ଦ୍ୱାଦଶ ପରେ। ହେଲେ ଏହି ଛାତ୍ରଙ୍କର ଦ୍ୱାଦଶ ସରିବା ପରେ ବି ଅଭିଯୁକ୍ତ ମହିଳା ତାଙ୍କ ପିଛା ଛାଡ଼ିନଥିଲେ। ଏହାପରେ ଛାତ୍ରଜଣଙ୍କ ମାଆ-ବାପା ବାଧ୍ୟ ହୋଇ ଥାନାରେ ଏହି ମହିଳାଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମହିଳାଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking