30.1 C
Bhubaneswar
Saturday, September 21, 2024
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାକୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ୪ଟି ଗାଁରେ ଲ‌ଗାଗଲା ୪୦ ହଜାର ଗଛଚାରା

ସୁକିନ୍ଦା ଖଣି ଉପତ୍ୟକାକୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ୪ଟି ଗାଁରେ ଲ‌ଗାଗଲା ୪୦ ହଜାର ଗଛଚାରା

ଯାଜପୁର : ସୁକିନ୍ଦାରେ ଖଣି ଉପତ୍ୟକା ପ୍ରଦ୍ୟୁଷଣ ବଳୟ ରହୁଚି ଖଣି ଅଞ୍ଚଳ କୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ଖଣି ବିଭାଗ ଓ ବନ ବିଭାଗ ତତ୍ପର ହୋଇ ପଡିଛନ୍ତି ନୂତନ ଜଙ୍ଗଲ ସୃଷ୍ଟି କରି ବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟ ଉପରେ ପ୍ରlଧ୍ୟାନ ଡିଆ ଯାଉଚି l ସୁକିନ୍ଦା ବନାଞ୍ଚଳ ରାଁସୋଳ ସେକ୍ସନ ପକ୍ଷରୁ ଚଳିତ ବର୍ଷ ୪ଟି ଗାଁରେ ବିଭିନ୍ନ ପ୍ରଜାତିର ୪୦ ହଜାର ଗଛଚାରା ଲଗାଯାଇଛି। ରେଞ୍ଜର ହିମାଂଶୁ ପୃଷ୍ଟି ଓ ଦେବେନ୍ଦ୍ର ମାଝିଙ୍କ ପରାମର୍ଶରେ ବନପାଳ ନରେଶ କୁମାର ଟୁଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗାଁ କୁମୁଡ଼ିବାହାଳି ଗ‌ାଁର ଉଜୁଡ଼ା ଜଙ୍ଗଲ ଓ ପାହାଡ଼ରେ ୧୦ ହଜାର ଚାରା, ପାଟଣା ମୌଜାରେ ୪ ହଜାର, ଭାଲୁକିପାତଳା ମୌଜାର ଗାଁ ପଡ଼ିଆରେ ୬ ହଜାର ଏବଂ ଗରାମିଆଁ ଗାଁ ଫୁଟବଲ୍‌ ପଡ଼ିଆ ଓ ପନାସିଆ ଗାଁ ମଧ୍ୟସ୍ତ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲର ଖାଲିଥିବା ସ୍ଥାନରେ ୧୯, ୮୦୦ ଗଛଚାରା ଲଗାଯାଇଛି। ବନରକ୍ଷୀ ଇପସିତରାୟ ନାଏକ ଓ ଗୌରାଙ୍ଗ ଜାରିକା, ଫରେଷ୍ଟ ସ୍କ୍ବାଡ୍‌, ସଂପୃକ୍ତ ବନସୁରକ୍ଷା ସମିତି ଓ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking