18.1 C
Bhubaneswar
Saturday, December 6, 2025
Homeଅପରାଧ୪୦ ଲକ୍ଷ ଲୁଟ ଜବତ: ୯ ଗିରଫ

୪୦ ଲକ୍ଷ ଲୁଟ ଜବତ: ୯ ଗିରଫ

ଆନ୍ଦ୍ରପ୍ରଦେଶ: ଚୋରି ମାମଲାରେ ଆନ୍ଦ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ପୋଲିସ ନଅ ଜଣଙ୍କୁ ଗିରଫ କରି ୪୦ ଲକ୍ଷ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ଜବତ କରିଛି। ଏ ନେଇ ଗଣମାଧ୍ୟମକୁ ପୋଲିସ ଅଧୀକ୍ଷକ (ଏସପି) କଙ୍କି ଶ୍ରୀନିବାସା ରାଓ କହିଛନ୍ତି ଯେ ଗୁଣ୍ଟୁର ରେ ଡିଜି ସର୍ଭେ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ତୀବ୍ର ଅନୁସନ୍ଧାନ ପରେ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ଜିନିଷଗୁଡ଼ିକରେ ସୁନା ଓ ରୂପା ଅଳଙ୍କାର, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଦୁଇ ଚକିଆ ଯାନ ଅନ୍ତର୍ଭୁକ୍ତ । ଭେଦର୍ଥୀ, ଇପୁରୁ, ଇନାଭୋଲୁ ଅନ୍ତର୍ଗତ ଅଞ୍ଚଳରେ ହୋଇଥିବା ଚୋରି ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ। ତେବେ ଅଭିଯୁକ୍ତ ମାନଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking