28.1 C
Bhubaneswar
Tuesday, April 8, 2025
Homeଓଡିଶା‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହେଲା ୪୦ଟି ଇ-ବସ୍‌

‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହେଲା ୪୦ଟି ଇ-ବସ୍‌

ଭୁବନେଶ୍ବର: ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍‌। ଏବେ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରୁ କଟକର ଏସସିବି ମେଡିକାଲକୁ ଆମ ବସ୍ ଗଡ଼ିବ। ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି। ଏନେଇ ଶ୍ରୀ ମହାପାତ୍ର କହିଛନ୍ତି, ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ। ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking