28.1 C
Bhubaneswar
Tuesday, March 17, 2026
Homeଓଡିଶାଘୂର୍ଣ୍ଣିଝଡରେ ୪୦ ଏକର ପନିପରିବା ଚାଷ ନଷ୍ଟ

ଘୂର୍ଣ୍ଣିଝଡରେ ୪୦ ଏକର ପନିପରିବା ଚାଷ ନଷ୍ଟ

କୋରାପୁଟ: କୋରାପୁଟରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ । ଗତକାଲି ଅପରାହ୍ମରେ ହଠାତ ଝଡ ବର୍ଷା ହୋଇଥିଲା । କୁଆପଥର ମାଡରେ ପନିପରିବା ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଆଲିଗାଁ ଫାଗୁଗୁଡା କୁମ୍ଭିଗୁଡା ଗାଁରେ ଚାଷୀମାନେ ପ୍ରାୟ ୪୦ ଏକର ଜାଗାରେ ଲଗାଇଥିବା ପନିପରିବା ଚାଷ ନଷ୍ଟ କରିଦେଇଛି କୁଆପଥର ବର୍ଷା । ଧାର, କରଜ କରି ପନିପରିବା ଲଗାଇଥିବା ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି । ସେହିପରି ବାରିପଦାରେ ପ୍ରବଳ ଘଡଘଡି, ପବନ ବର୍ଷା ହେବାର ସମ୍ଭାବନା ରହିଛି । ଏରବିବାର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ହୋଇଥିବା ଘୂର୍ଣ୍ଣିଝଡର ଚିତ୍ର ଜିଲ୍ଲାବାସୀଙ୍କୁ ମର୍ମାହତ କରିଥିବାବେଳେ ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଛି । ସନ୍ଧ୍ୟାରେ ପବନ ହୋଇ ଝିପିଝିପି ବର୍ଷା ହୋଇଥିଲା । ଫଳରେ ବାରିପଦା ସହରର ରାସ୍ତା କଡରେ ଥିବା କିଛି ଛୋଟ ଦୋକାନ ଭାଙ୍ଗିପଡିଥିବା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking