28.1 C
Bhubaneswar
Saturday, May 10, 2025
Homeଦେଶ ବିଦେଶଶ୍ମଶାନରେ ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ଶ୍ମଶାନରେ ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାରାଣସୀର ଲାଲପୁର ପାଣ୍ଡେପୁର ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୪ ବର୍ଷର ଶିଶୁ କନ୍ୟାକୁ ତାଙ୍କ ବାପାଙ୍କ ୪୦ ବର୍ଷୀୟ ବନ୍ଧୁ ବଳାତ୍କାର କରିଥିଲେ । କୁହାଯାଉଛି ଯେ ସେ କୌଣସି ଏକ ବାହାନାରେ ଝିଅଟିକୁ କବରସ୍ଥାନକୁ  ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ବଳାତ୍କାର କରିଥିଲେ । ପୋଲିସ ଏହି ସୂଚନା ଦେଇଛି ।

ଏସିପି ବିଦୁଷ ସକ୍ସେନା କହିଛନ୍ତି ଯେ ଅଭିଯୁକ୍ତ ଜଣକ ଝିଅର ବାପାଙ୍କର ବନ୍ଧୁ । ଶନିବାର ସେ କୌଣସି ଏକ ବାହାନା କରି ସାଙ୍ଗଙ୍କ ଘରକୁ ଯାଇଥିଲେ । ସେତିକିବେଳେ ଝିଅଟି ଘରେ ଏକା ଥିଲା, ସୁଯୋଗର ଫାଇଦା ଉଠାଇ ଅଭିଯୁକ୍ତ ଝିଅକୁ ନେଇ ମକବୁଲ ଆଲାମ ରୋଡରେ ଥିବା କବରସ୍ଥାନକୁ ନେଇଗଲା । ତା’ପରେ ସେଠି ଅଭିଯୁକ୍ତ ଝିଅକୁ ବଳାତ୍କାର କରିଥିଲା । ଯେତେବେଳେ ଝିଅଟିର ଅବସ୍ଥା ବିଗିଡିବାରେ ଲାଗିଲା ଅଭିଯୁକ୍ତ ଡରିଯାଇ ସ୍ଥାନ ଛାଡି ପଳାଇ ଯାଇଥିଲା । ଏସିପିଙ୍କ କହିବା ଅନୁସାରେ ଯେତେବେଳେ ଝିଅଟି ଘରେ ପହଞ୍ଚି ନଥିଲା, ତା’ ପରିବାର ଲୋକେ ତାକୁ ଖୋଜିବାକୁ ଯାଇ ଶ୍ମଶାନରେ ତାକୁ କାନ୍ଦୁଥିବା ଅବସ୍ଥାରେ ପାଇଥିଲେ ।

ଘରେ ପହଞ୍ଚି ଝିଅଟି ଘଟଣା ସର୍ମ୍ପକରେ ପରିବାର ଲୋକଙ୍କୁ ଜଣାଇଥିଲା ଏବଂ ତା’ପରେ ପରିବାର ସଦସ୍ୟମାନେ ଏ ବିଷୟରେ ପୋଲିସକୁ ଜଣାଇଥିଲେ । ଘଟଣା ପରେ, ଝିଅଟିକୁ ଡାକ୍ତରୀ ପରୀକ୍ଷା ପାଇଁ ଦୀନଦୟାଲ ହସ୍ପିଟାଲକୁ ପଠାଯାଇଥିଲା । ଝିଅଟିର ବାପା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ କାମ କରନ୍ତି ।  ସୋମବାର ଦିନ ଯେତେବେଳେ ଝିଅଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲା, ତାଙ୍କ ବାପା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ବିଦୁଷ ସକ୍ସେନା ସୂଚନା ଦେଇଛନ୍ତି ଯେ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking