26.1 C
Bhubaneswar
Friday, March 13, 2026
Homeଓଡିଶାମନମାନି କ୍ରୋମାଇଟ ପରିବହନକୁ ବିରୋଧ କରି ୪ଟି ଟ୍ରକ ମାଲିକ ସଂଘ ପରିବହନ ଅଚଳ  

ମନମାନି କ୍ରୋମାଇଟ ପରିବହନକୁ ବିରୋଧ କରି ୪ଟି ଟ୍ରକ ମାଲିକ ସଂଘ ପରିବହନ ଅଚଳ  

ଯାଜପୁର : ଏକ ଟ୍ରକ୍ ମାଲିକ ସଂଗ ର ମନମାନି କୁ ବିରୋଧ କରି ଯାଜପୁର ରୋଡ଼ ଚଣ୍ଡି ଖୋଲ ବ୍ରାହ୍ମଣୀ ବ୍ରିଜ ଓ ସୁକିନ୍ଦା ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଗ ପକ୍ଷରୁ ଚାରୋଟି ସ୍ଥାନ ରେ ଯଥା ଯାଜପୁର ରୋଡ଼ ଥାନା ଗୋଲେଇ ଛକ, ଚଣ୍ଡି ଖୋଲ ଛକ ବ୍ରାହ୍ମଣୀ ବ୍ରିଜ ସୁକିନ୍ଦା ଠାରେ କ୍ରୋ ମାଇଟେ ପରିବହନ ଟ୍ରକ ଗୁଡ଼ିକୁ ଅଟକ ରଖି ରାସ୍ତ ରେ ଧାରଣ ଧାରଣକ୍ଷ ଦେଇ ଛନ୍ତି । ସୁକିନ୍ଦା ଖଣି ଉପତ୍ୟକା ର କ୍ରୋମାଇଟି ପରିବହନକୁ ଠପ କରି ଡିଆ ଯାଇଛି । ଫଳ ରେ ଆଇନ ଶୃଙ୍ଖଳା ବ୍ୟାହତ ହେବା କୁ ବସିଛି । ଏହାର ସମାଧାନ ପାଇଁ କଲିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର‌୍ୟ୍ୟଳୟ ରେ ଏଡିଏମ୍ ନବକିଶୋର ଜେନା ଏହାର ସମାଧାନ ପାଇଁ ଏକ ବୈଠକ ଡ଼କାଇଥିଲେ ୪ଟି ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା, ଶହ ଆଲୋଚନ ହୋଇ ଥିଲା ସମାଧାନ ର ବାଟ ବାହାରି ନଥିବାରୁ ଆଲୋଚନା ବିଫଳ ହୋଇଛି ସାତ ଦିନପାଇଁ ଜିଲ୍ଲା ପ୍ରଶାସନ ସାତ ଦିନ ନେଇ ଛନ୍ତି କିନ୍ତୁ ଟ୍ରକ ମାଲିକ ସଂଗ ପତ୍ୟା ଖାନ କରିଛନ୍ତି । ଏହୀ ଆଲୋଚନକ୍ଷ ରେ କଳିଙ୍ଗ ନଗର ଅତି ରିକ୍ତ ଏସପି କାଲିଆ ପାଣି ଥାନ ଅଧିକାରି ଯାଜପୁର ରୋଡ଼ ଥାନାଧିକାରୀ ବ୍ୟକ୍ଷସନଗର ସୁକିନ୍ଦା ତହସିଲ ଦକ୍ଷର ପ୍ରମୁଖ ଉପସ୍ଥିତ ଥିଲେ । ସୁକିନ୍ଦା ଖଣି ଅଞ୍ଚଳ ରେ ପରିବହନ ପାଇଁ ଉଚ୍ଚନ୍ୟାୟାଳୟରେ ଫ୍ରାଷ୍ଟ କମ୍ ଫାଷ୍ଟ ଲୋଡ ପାଇଁ ନିର୍ଦ୍ଧେଶ ଦେଇ ଛନ୍ତି । ଏହି ରାୟକୁ ଉଲଂଘନ କରୁଛି ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘ । ଉଚ୍ଚ ନ୍ୟାୟାଳୟ ଆଦେଶ କୁ ଉଲଂଘନ କରି ମନ୍ ମାନି କରି ଏକ ଚକ୍ଷଟିଆ ପରି ବହନ କରୁ ଥିବାରୁ ଜିଲ୍ଲାର ଅନ୍ୟ ଟ୍ରକ ଗୁଡିକୁ ମାସ ମାସ ଧରି ଦିଆଯାଉନି ଲୋଡିଂ । ଏହି ଘଟଣାକୁ ନେଇ ୪ଟି ଟ୍ରକ ସଂଗ କ୍ରୋମକ୍ଷଇଟ୍ ପରିବହନ କୁ ବନ୍ଦ କରିଚନ୍ତି । ସୂଚନା ମୁତାବକ ସୁକିନ୍ଦା କ୍ରୋମାଇଟ ଖଣି ପରିବହନ ଉପରେ ନିର୍ଭର କରୁଥିବା ଯାଜପୁର ଜିଲ୍ଲାର ଯାଜପୁର ରୋଡ଼, ଚଣ୍ଡିଖୋଲ, ବ୍ରାହ୍ମଣୀ ବ୍ରିଜ ଓ ଖଣି ଅଞ୍ଚଳରେ ପରିବନ କରୁଥିବା ଟ୍ରକ ଗୁଡିକୁ ମାସ ମାସ ଧରି ଲୋଡିଂ ଦେଉନଥିବାରୁ ଟ୍ରକ ମଲିକ ମାନଙ୍କ ମୁଣ୍ଡରେ ଚଡକ ପଡିଛି । ପ୍ରଶାସନ ଓ ଖଣି ଅଧିକାରୀଙ୍କ ସହଯୋଗରେ କାଳ କ୍ଷପଣ ନୀତିକୁ ଆପଣେଇ ଏହି ଗାଡି ଗୁଡିକୁ ଲୋଡିଂ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ମାଲିକ ମାନେ । ସୂଚନା ଥାଉକି ପୂର୍ବରୁ ଏହି ଲୋଡିଂ ଆଲୋଡିଂ ପାଇଁ ଅନେକ ଥର ବିବାଦ ଦେଖାଦେଇଥିଲା ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କେସ ମଧ୍ୟ ହୋଇଥିଲା କିନ୍ତୁ ଉଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଥିଲେ ସେଇ ନିୟମକୁ ସୁକିନ୍ଦା ମିନେରାଲଟ୍ରକ ସଂଗଉଲଂଘନ କରିଚାଲିଛି । ପୂର୍ବରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ କାଳିଆପାଣି ଥାନାଧିକାରୀଙ୍କ ନିଷ୍ପତି ଅନୁଯାୟୀ ସ୍ପେଶାଲ ଲୋଡିଂ ବନ୍ଦ କରି ହ୍ଵାଟ୍ସଆପ ଜରିଆରେ ସନ୍ଧ୍ୟା ୭ ଟା ପୂର୍ବରୁ ଲୋଡିଂ ତାଲିକା ଦେବାପାଇଁ ନିଷ୍ପତି ରହିଥିଲା । କିନ୍ତୁ ତାହାକୁ ଅବମାନନା କରାଯଇ ସ୍ପେଶାଲ ଲୋଡିଂ କାର‌୍ୟ୍ୟ ଜାରି ରହିଛି । ସୁକିନ୍ଦାର କିଛି ମୁଷ୍ଟିମେୟ ବ୍ୟକ୍ତି ସ୍ପେଶାଲ ସୁବିଧା ନେଇ ଲାଭବାନ ହେଉଥିବା ବେଳେ ବାକି ଟ୍ରକ ମାଲିକ ମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଫଳରେ ଜିଲ୍ଲାର ହଜାର ଟ୍ରକ ମାସ ମାସ ଧରି ଲୋଡିଂ ପାଇବାରୁ ବଞ୍ଚିତ ହୋଇଛନ୍ତି ।  ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ପ୍ରଶାସନ ସବୁ ଜାଣି ଶୁଣି ମଧ୍ୟ ଆଖିବୁଜି ଦେଇଛନ୍ତି କ୍ଷ ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରଶାସନ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ହାଇ କୋର୍ଟ ନିର୍ଦ୍ଦେଶ ଅନୁସାରେ ପରି ବହନ କରିବା ପାଇଁ ଟ୍ରକ୍ ମାଲିକ ସଂଗ ପକ୍ଷରୁ ଦାବି କାରା ଯାଇଚି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking