ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ଅଞ୍ଚଳରେ ବଡ ଧରଣର ଅଘଟଣ ଘଟିଛି । ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଫସି ରହିଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଜାନୁଆରୀ ୨୭ ତାରିଖ ସନ୍ଧ୍ୟାରେ ୪ ମହଲା ବିଶିଷ୍ଟ ନୂଆ କୋଠା ଭୁଷୁଡି ପଡିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ୨୧ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜମିଦାର ଯୋଗେନ୍ଦ୍ର ଭାଟି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ବିଲ୍ଡିଂ କାହିଁକି ଭୁଷୁଡିଲା ତାର କାରଣ ଏଯାବତ ଜଣାପଡିନାହିଁ । ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘର ଭୁଷୁଡିବାରୁ ଖୁବ ଜୋରରେ ଶବ୍ଦ ହେଲା ତାପରେ ପୁରା ପରିବେଶ ଧୂଆଁମୟ ହୋଇଯାଇଥିଲା । ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଏହି ଅଞ୍ଚଳର ଆପ ବିଧାୟକ ସଞ୍ଜୀବ କହିଛନ୍ତି , ନାବାଳିକାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଘୋଷଣା କରିଛନ୍ତି ।










