25.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଟ୍ରେନ ଧକ୍କାରେ ୪ ଶ୍ରଦ୍ଧାଳୁ ମୃତ

ଟ୍ରେନ ଧକ୍କାରେ ୪ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଚୁନାର ରେଳ ଷ୍ଟେସନରେ  ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନେ ଟ୍ରାକ ପାର ହେବା ବେଳେ ମାଡିଗଲା କାଲକା- ହାୱଡା ଏକ୍ସପ୍ରେସ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଯାତ୍ରୀମାନେ ଭୁଲ ପାର୍ଶ୍ୱରେ – ପ୍ଲାଟଫର୍ମର ବିପରୀତ ପାର୍ଶ୍ୱରେ ଆସୁଥିଲେ, ଯେଉଁଠାରେ ଆଉ ଏକ ଟ୍ରେନ୍ ଆସୁଥିଲା ଫଳରେ ଟ୍ରେନ ଟି ଯାତ୍ରୀମାନଙ୍କ ଉପରକୁ ଚଢ଼ିଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିର୍ଜାପୁରର ଚୁନାର ଷ୍ଟେସନ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି SDRF ଏବଂ NDRF ଦଳ ସହାୟତାରେ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଛି ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking