28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ୪ ନକ୍ସଲ ନିହତ

ମହାରାଷ୍ଟ୍ରରେ ୪ ନକ୍ସଲ ନିହତ

ଗଡ଼ଚିରୌଲୀ: ମହାରାଷ୍ଟ୍ରର ଗଡଚିରୌଲୀ ଠାରେ ନକ୍ସଲ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଲେଖାହେବା ବେଳକୁ ୪ ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ତେବେ ନକ୍ସଲଙ୍କ ଗୁଳିମାଡ଼ ଯୋଗୁ ଜଣେ ପୁଲିସକର୍ମୀ ମଧ୍ୟ ଆହତ ହୋଇଥିବା କୁହାଯାଇଛି। ଛତିଶଗଡ଼ ନାରାୟଣପୁର ସୀମାନ୍ତକୁ ଲାଗି ରହିଥିବା ମହାରାଷ୍ଟ୍ରର ଏହି ଗଡଚିରୌଲୀ ଅଞ୍ଚଳରେ କିଛି ମାଓବାଦୀ (ନକ୍ସଲ) ଲୁଚି ରହିଥିବା ସମ୍ପର୍କରେ ସୂଚନା ମିଳିବା ପରେ ମହାରାଷ୍ଟ୍ର ପୁଲିସ୍‌ର ଏକ ସି୬୦ କମାଣ୍ଡୋ ଟିମ୍ ଏବଂ ସିଆରପିଏଫ୍‌ର ଏକ ଟିମ୍‌ଙ୍କ ପକ୍ଷରୁ ଏହି ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ନକ୍ସଲମାନେ ପୁଲିସ୍ ଟିମ୍ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଜବାବରେ ମହାରାଷ୍ଟ୍ର ପୁଲିସ୍ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ୪ ଜଣ ନକ୍ସଲ ଘଟଣା ସ୍ଥଳରେ ନିହତ ହୋଇଥିବା ସୂଚନା ମିଳିଛି। ଗଡଚିରୌଲୀ ଅଞ୍ଚଳ ଏବେ ପ୍ରୟାତଃ ନକ୍ସଲ ବିମୁକ୍ତ ହୋଇସାରିଥିବା କୁହାଯାଉଛି। କିନ୍ତୁ ଛତିଶଗଡ଼ର ନାରାୟଣପୁର ଅଞ୍ଚଳରୁ ପର୍ଯ୍ୟାୟକ୍ରମେ ମାଓବାଦୀମାନେ ଗଡିଚିରୌଲୀରେ ପ୍ରବେଶ କରୁଥିବା ଏବଂ ଏଠାରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଆସୁଛି। ନିକଟରେ ଗଡଚିରୌଲୀକୁ ଏକ ୧୫/୧୬ ଜଣିଆ ନକ୍ସଲ ଗୋଷ୍ଠୀ ପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମହାରାଷ୍ଟ୍ର ପୁଲିସ୍‌କୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking