26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶପୋଖରୀରେ ବୁଡ଼ି ୪ ମୃତ

ପୋଖରୀରେ ବୁଡ଼ି ୪ ମୃତ

ଉତ୍ତରପ୍ରଦେଶ : ରବିବାର ଉତ୍ତରପ୍ରଦେଶରେ ପୋଖରୀରେ ୫ ଜଣ ବୁଡ଼ିଯାଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ନଦୀ ଓ ପୋଖରୀରେ ପାଣି ଢେଉ ଭାଙ୍ଗୁଛି । ଏହି ସମୟରେ ୫ ଜଣ ଗୋଟେ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଅସାବଧାନତା ପାଇଁ ୫ ଜଣ ନଦୀରେ ବୁଡିଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଜଣେ ମହିଳା ହୋମଗାର୍ଡ ଜଣଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ପରେ ୪ ଜଣଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଅନ୍ୟଜଣଙ୍କୁ ମେଡିକାଲ ନେବାବେଳେ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking