36.1 C
Bhubaneswar
Wednesday, March 4, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ଇନ୍‌ଫୋ ସିଟି ଥାନା ଅଞ୍ଚଳରେ ଥିବା ଏକ ବାଙ୍ଗଲୋର ଏକ୍ସପ୍ରେସ କାଫେରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫକରି କୋର୍ଟଚାଲଣ କରିଛି। ଗିରଫମାନେ ହେଲେ ପଥରଗାଡିଆ ଅଞ୍ଚଳର କାଳନ୍ଦୀ ବେହେରା(୩୮), କୃଷ୍ଣଚନ୍ଦ୍ର ବେହେରା(୨୩),ଦେବାଶିଷ ବେହେରା(୨୩) ଓ ଲକ୍ଷ୍ମଣ ବେହେରା(୩୨) । ଗତ ୮ ତାରିଖ ସନ୍ଧ୍ୟାରେ ଉକ୍ତ କାଫେରେ ୩ ଜଣ ସାଙ୍ଗ ଦେଶପ୍ରକାଶ ରାଉତ,ନଚିକେତା ଦାସ ଓ କାଳୀ ପ୍ରସାଦ ଧଳ ଚା’ ପିଇବା ପାଇଁ ଚେୟାରରେ ବସିଥିଲେ। ତେବେ ଏହି ସମୟରେ ବାପୁ ଓରଫ ଆଶୁତୋଷ ବେହେରା ଓ ସରୋଜ ବେହେରା ଆସି ସେମାନଙ୍କୁ ଚେୟାର ଖାଲି କରିବାକୁ କହିଥିଲେ। ତେବେ ୩ ସାଙ୍ଗ ଚେୟାର ଖାଲି କରିବାକୁ ମନା କରି ଦେଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ୍ ବାପୁ ଏକ ଚେୟାର ଉଠାଇ ସେମାନଙ୍କ ଉପରେ ଫିଙ୍ଗିଥିଲା। ଏହି ସମୟରେ ବାପୁ ତା’ର ସାଙ୍ଗ ତଥା ୪ ଅଭିଯୁକ୍ତଙ୍କୁ ଫୋନ୍‌ରେ ସେଠାକୁ ଡାକିଥିଲେ। ଅଭିଯୁକ୍ତମାନେ ସେଠାରେ ପହଞ୍ôଚ ଗଣ୍ଡଗୋଳ ଆରମ୍ଭ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଅଭିଯୁକ୍ତମାନଙ୍କ ଅକ୍ରମଣରେ ଦେଶପ୍ରକାଶ,ନଚିକେତା ଏବଂକାଳୀ ପ୍ରସାଦ ଆହତ ହୋଇଥିଲେ। ଏହି ସଂଘର୍ଷର ଦୃଶ୍ୟ ସେଠାରେ ଥିବା ସିସି କ୍ୟାମେରାରେ କଏଦ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସି କ୍ୟାମେରା ପୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ବୋଲି ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking