19.1 C
Bhubaneswar
Wednesday, February 11, 2026
Homeଓଡିଶାଶ୍ରୀମନ୍ଦିର ସାମ୍ନାରେ ୩ରଥ

ଶ୍ରୀମନ୍ଦିର ସାମ୍ନାରେ ୩ରଥ

ପୁରୀ : ସିଂହଦ୍ୱାର ଆଗରେରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯାଇଛି । ରବିବାର ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧା ବିଗ୍ରହ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ । ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଛି । ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା । ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ତିନିରଥକୁ ଟାଣି ନେଇଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking