17.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଶା ଉର୍ଦ୍ଦୁ ଏକଡ଼େମୀରର ୩୯ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀରର ୩୯ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀରର ୩୯ତମ ପ୍ରତିଷ୍ଠା ଦିବସ ଆଜି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସମାରୋହରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀ ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଶା ଉର୍ଦ୍ଦୁ ଏକଡ଼େମୀ ସଭାପତି ଶ୍ରୀ ଜନାବ୍ ଖାଲିଦ ରହିମ୍, ଉପ-ସଭାପତି ଜନାବ୍ ସୟଦ୍ ନଫିସ୍ ମଞ୍ଜର ହସନ୍‌, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା, ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୁଶ୍ରୀ ଦେବଯାନୀ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ଅତିଥିମାନେ ଓଡ଼ିଶାରେ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଏକାଡ଼େମୀ ପକ୍ଷରୁ ଉର୍ଦ୍ଦୁ ଭାଷାରେ ଆୟୋଜନ କରାଯାଉଥିବା ବିଭିନ୍ନ ସାହିତ୍ୟ ଆଲୋଚନା ଚକ୍ର, କବି ସମ୍ମିଳନୀ, ମୁଶାଏରା, ପୁସ୍ତକ ଏବଂ ପତ୍ରିକା ପ୍ରକାଶନ, ଓଡ଼ିଆ ସାହିତ୍ୟ କୃତିକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରାଯିବା ଆଦି କାର୍ଯ୍ୟ ସମ୍ବନ୍ଧରେ ଅତିଥିମାନେ ଆଲୋଚନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ +୨, +୩ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ଛାତ୍ରଛାତ୍ରୀ ଯେଉଁମାନେ ମାତୃଭାଷା (ଉର୍ଦ୍ଦୁ ସାହିତ୍ୟ)ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କୁ ଯଥାକ୍ରମେ ୫ ହଜାର, ୬ ହଜାର ଏବଂ ୮ ହଜାର ଟଙ୍କାର ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା।ଏଥିସହ ଉର୍ଦ୍ଦୁ, ହିନ୍ଦୀ ଏବଂ ଓଡ଼ିଆ ଭାଷାର କବି ମାନଙ୍କୁ ନେଇ ଏକ ତ୍ରିଭାଷୀ କବି ସମ୍ମିଳନୀର ଆୟୋଜନ ମଧ୍ୟ କରାଯାଇଥିଲା।ଉର୍ଦ୍ଦୁ ଭାଷା, ସାହିତ୍ୟକୁ ଆଦୃତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀର ନିରନ୍ତର ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।

ପ୍ରକାଶଯୋଗ୍ୟ ଯେ, ୧୯୮୭ ମସିହାରେ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ଅନୁଷ୍ଠାନିକ ଭାବେ ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାରେ ଉର୍ଦ୍ଦୁ ସାହିତ୍ୟର ବିକାଶ, ପ୍ରଚାର ଓ ପ୍ରସାର, ପୁସ୍ତକ ପ୍ରକାଶନ, ଅନୁବାଦ ସାହିତ୍ୟ ପ୍ରକାଶନ, ଆଲୋଚନା ଚକ୍ର ଆଦିର ଆୟୋଜନ କରିବା ସହିତ ଉର୍ଦ୍ଦୁ ସାହିତ୍ୟର ପ୍ରତିଷ୍ଠିତ ସାହିତ୍ୟିକ, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉର୍ଦ୍ଦୁ ସାହିତ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ ଜନସାଧାରଣଙ୍କୁ ଅବଗତ କରାଇବା ଆଦି କାର୍ଯ୍ୟ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ପକ୍ଷରୁ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking