30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ୩୯ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

୩୯ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ଣବିସ ସରକାରଙ୍କ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ନାଗପୁରରେ ଆୟୋଜିତ ଶପଥ ସମାରୋହରେ ୩୯ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଗୃହ ବିଭାଗ ଉପରେ ଶିବସେନାର ନଜର ଥିଲେ ହେଁ ଏହା ବିଜେପି ନିଜ ପାଖରେ ରଖିଛି। ଏହା ସହିତ ରାଜସ୍ଵ, ଜଳସେଚନ ଓ ଶିକ୍ଷା ବିଭାଗ ମଧ୍ୟ ବିଜେପି ଖାତାକୁ ଯାଇଛି। ମନ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ଅଢେଇ ବର୍ଷ ରହିବ ଏବଂ ପୁଣି ଅଦଳବଦଳ କରାଯିବ। ଶପଥ ସମାରୋହରେ ବିଜେପିର ୧୯ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଶିବସେନା କୋଟାରୁ ୧୧ ଓ ଏନସିପିରୁ ୯ ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଦଳୀୟ ସୂଚନା  ଅନୁଯାୟୀ, ଦେବେନ୍ଦ୍ର ଫଡ଼ଣବିସ ସରକାରରେ ମନ୍ତ୍ରୀ ପଦରେ ଶପଥ ନେଇଥିବା ବିଧାୟକଙ୍କ କାର୍ଯ୍ୟକାଳ ଅଢେଇ ବର୍ଷ ରହିବ। ଏ ନେଇ ଅନେକ ମନ୍ତ୍ରୀଙ୍କଠୁ ସତ୍ୟପାଠ ଲେଖା ଯାଇଛି। ଏହାର ଉଦ୍ଦେଶ୍ୟ ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ। ଏହି ଅଢେଇ ବର୍ଷରେ କାର୍ଯ୍ୟଶୈଳୀ ଓ ବିକାଶମୂଳକ ପ୍ରକଳ୍ପକୁ ମଧ୍ୟ ପରଖାଯିବ। କୁହାଯାଉଛି ଯେଉଁ ବିଧାୟକମାନେ ଦୁଇ ତିନି ଥର ନିର୍ବାଚନ ଜିତିଛନ୍ତି, ସେମାନଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ଅଢେଇ ବର୍ଷର ଫର୍ମୁଲା ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking