ଭୁବନେଶ୍ୱର: ରାଜ୍ୟରେ ମୋଟ ୭୪୨୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୨୦, ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଭଡା ଘରେ ଚାଲିଛି ୩, ୮୯୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । କମ୍ୟୁନିଟି ସେଣ୍ଟରରେ ଚାଲିଛି ୧୦, ୪୬୯ଟି କେନ୍ଦ୍ର ରହିଛି । ୪,୫୭୪ ଅଙ୍ଗନବାଡି କେନ୍ଦ୍ର ସ୍କୁଲରେ ଚାଲିଛି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ସୁରୁଖୁରୁରେ ଚାଲିଛି ବିଧାନଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଛିି ।ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।










