25.1 C
Bhubaneswar
Tuesday, March 24, 2026
Homeଓଡିଶାଆତ୍ମସମର୍ପଣ କଲେ ୩୮ ମାଓବାଦୀ

ଆତ୍ମସମର୍ପଣ କଲେ ୩୮ ମାଓବାଦୀ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡେମ ପୁଲିସ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୭ ଜଣ ଭିସିଏମ ରେଙ୍କର ହୋଇଥିବା ବେଳେ ୧୬ ଜଣ ପାର୍ଟି ମେମ୍ବର, ୬ ଜଣ କେଏଏମଏସ, ସିଏନଏମ ୩ ଜଣ, ୪ ଜଣ ଜିଆରଡ଼ି ରେଙ୍କର ବୋଲି କୁହାଯାଇଛି। ଭଦ୍ରାଦୀ କଥାଗୁଡେମ ଜିଲ୍ଲା ପୁଲିସ ଏସପି, ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଏହି ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ମାଓବାଦୀମାନେ ସମସ୍ତେ ତେଲେଙ୍ଗାନା ଜିଲ୍ଲାର ବୋଲି ପୁଲିସ କହିଛି। ବିଭିନ୍ନ କ୍ୟାଡର ମାଓବାଦୀମାନେ ହିଂସା ଛାଡି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରୁଛନ୍ତି। କାରଣ ମାଓବାଦୀ ସଦସ୍ୟମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ତେଲେଙ୍ଗାନା ସରକାର ଯୋଗାଇ ଦେଉଥିବା ପୁନର୍ବାସ ସୁବିଧା ସେମାନଙ୍କୁ ଆକର୍ଷିତ କରିଛି। ଏଥିସହ ସେମାନେ ହୃଦୟଙ୍ଗମ କରିଛନ୍ତି ଯେ ଆତ୍ମସମର୍ପଣ କରିବା ପରେ ତୁରନ୍ତ ପାଇବାକୁ ଥିବା ପୁରସ୍କାର ପାଇବାକୁ ସୁନିଶ୍ଚିତ କରିବା ପାଇଁ ତେଲେଙ୍ଗାନା ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟ କରାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରୀ ୨୦୨୫ରୁ ନିଷିଦ୍ଧ ମାଓବାଦୀ ପାର୍ଟିରେ ବିଭିନ୍ନ କ୍ୟାଡରରେ କାର୍ଯ୍ୟ କରୁଥିବା ମୋଟ ୨୨୭ ମାଓବାଦୀ ସଦସ୍ୟ କୋଥାଗୁଡେମ୍ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ନକ୍ସଲ ଦଳର ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ଯେ ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହାଁନ୍ତି ଏବଂ ସାଧାରଣ ଜୀବନଯାପନ କରିବାକୁ ଚାହାଁନ୍ତି, ସେମାନେ ନିକଟତମ ପୁଲିସ ଷ୍ଟେସନ କିମ୍ବା ଜିଲ୍ଲା ଉଚ୍ଚ ପଦାଧିକାରୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରନ୍ତୁ। ଆତ୍ମସମର୍ପଣ କରିଥିବା ଦଳର ସଦସ୍ୟଙ୍କ ଜୀବିକା ତଥା ପୁନଃ ଥଇଥାନ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking