31.1 C
Bhubaneswar
Friday, February 6, 2026
Homeଓଡିଶାକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆରମ୍ଭ ହୋଇଛି ୩୭ତମ ଜାତୀୟ ସବ-ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍। ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହେବ। ଆଜିର ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ୩୭ତମ ଜାତୀୟ ସବ-ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡ଼ାବିତ୍‌ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସମସ୍ତ କ୍ରୀଡ଼ାବିତ୍‌ମାନେ ଟୁର୍ଣ୍ଣାମେଣ୍ଟରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିବେ ବୋଲି ମୁଁ ଆଶା କରୁଛି। ଏଥିସହ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଓଡ଼ିଶାର ସମସ୍ତ ବ୍ୟାଡ଼ମିଣ୍ଟନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ରେ ଅଣ୍ଡର-୧୫ ଓ ଅଣ୍ଡର-୧୭ ବର୍ଗରେ କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିଛନ୍ତି। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ୍ ଶ୍ରୀ ଗାଙ୍ଗୁଲି ପ୍ରସାଦ, ସିଲେକ୍ସନ କମିଟି ମେମ୍ବର ଅଫ ଇଣ୍ଡିଆନ ଜୁନିୟର ବ୍ୟାଡ଼ମିଣ୍ଟନ ଟିମ୍ ଶ୍ରୀ ସଂଜୀବ ସଚଦେବା, ଇଣ୍ଡିଆନ ପାରା ବ୍ୟାଡ଼ମିଣ୍ଟନ କୋଚ ଶ୍ରୀ ଭି. ମୁରଲୀ କ୍ରିଷ୍ଣା, ଇଣ୍ଡିଆନ ବ୍ୟାଡ଼ମିଣ୍ଟନ କୋଚ୍ ଶ୍ରୀ ଗୋବର୍ଦ୍ଧନ ରେଡ୍ଡୀ, ବ୍ୟାଡ଼ମିଣ୍ଟନ ଆସୋସିଏସନ ଇଣ୍ଡିଆର ଯୁଗ୍ମ ସଚିବ ଶ୍ରୀ କେ କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking