25.1 C
Bhubaneswar
Friday, December 19, 2025
Homeଓଡିଶାଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୭ତମ ବାର୍ଷିକୋତ୍ସବ

ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୭ତମ ବାର୍ଷିକୋତ୍ସବ

ଯାଜପୁର : ନିଜ ନିଜର ନିର୍ଦ୍ଧିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଲକ୍ଷ ସ୍ଥଳେ ପହଂଚି ପାରିବ । ସେଥିପାଇଁ ସମୟାନୁ ବର୍ତିତା ଓ
କର୍ତ୍ତବ୍ୟ ପରାୟଣତା ହେବା ଉଚିତ ବୋଲି ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୭ତମ ବର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ଏହି ସଭାରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଏହି ମଣିଷ ତିଆରି କାରଖାନା ସ୍ବରୂପ ମହାବିଦ୍ୟାଳୟର ଉତ୍ତମ ପରିବେଶ ପ୍ରତି ବର୍ଷ ସୁନାଗରିକ ସୃଷ୍ଟିକରିବାରେ ସହାୟକ ହେଉଛି । ଏମିତିକି ଛାତ୍ରୀମାନେ ଉତ୍ତମ ନାଗରିକ ଭାବେ ସୃଷ୍ଟି ହୋଇ ରାଜ୍ୟଠାରୁ ଦେଶଯାଏ ସୁନାମ ଅର୍ଜନକରିଥିବାରୁ ମହାବିଦ୍ୟାଳୟ ସେମାନଙ୍କ ପାଇଁ ଗର୍ବିତ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ସୁରେନ୍ଦ୍ରନାଥ ବେହେରା ଯୋଗଦେଇ ବଡମଣିଷ ହେବାପାଇ ସ୍ଵପ୍ନ ଏମିତି ଦେଖ, ଯେଉଁ ସ୍ଵପ୍ନ ତୁମକୁ ସୁଆଇ ଦେବନାହିଁ ବୋଲି ପିଲାମାନଙ୍କୁ ବକ୍ତବ୍ୟ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ରାଜସ୍ୱ କମିଶନର ଯାଜପୁରର ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଛାତ୍ରୀମାନେ ନିଜର ନିଷ୍ଠା ଓ ଅଧ୍ୟାବସୟ ବଳରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ, ସେଥିପାଇଁ କୌଣସି ଅଭାବ ଅନଟନ ପ୍ରତିବନ୍ଧକ ହେବ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ସାଂସ୍କୃତିକ ବିଭାଗର ଉପସଭାପତି ଅଧ୍ୟାପକ ଗୋବର୍ଦ୍ଧନ ନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ ଅନ୍ୟତମ ଉପସଭାପତି ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତବର୍ଷର +୩ର ମୁଖପତ୍ର ‘ଅପରାଜିତା’ ଓ +୨ର ‘କ୍ୟାଲେଣ୍ଡର’କୁ ସଂପାଦିକା ସୁମିତ୍ରା ରାଉତ, ସଂପାଦକ ଜ୍ୟୋତିପ୍ରକାଶ ରାଉତ, ସାଂସ୍କୃତିକ ବିଭାଗର ଉପସଭାପତି ଅରୁଣ କୁମାର ମିଶ୍ର ଓ ପଦ୍ମଭୁଷଣ ରାଉତରାୟଙ୍କ ସଂଚାଳନାରେ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ ହିରଣ୍ମୟୀ ମିଶ୍ର, ଡଃ ଯାଜ୍ଞେଶ୍ବରୀ ପଲେଇ, ଡଃ ମମତା ମୟୀ ଦାଶ ପିଏଚଡି ଲାଭକରିଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଚଳିତବର୍ଷ ଡିଗ୍ରୀ(ସ୍ନାତକ)ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ମେଧାବିନୀ ଛାତ୍ରୀ ସୁପ୍ରଭା ସାହୁ, +୨ କଳା ଗୀତାଞ୍ଜଳି ସାହୁ, ବିଜ୍ଞାନ ସୁଭସ୍ମିତା ସ୍ବାଇଁ ଓ ଧନ୍ଦାମୂଳକରେ ପ୍ରତୀକ୍ଷା ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅଧ୍ୟାପିକା ରୋଜାଲିନ ଦାସ,ଅନିମା ପ୍ରଧାନ,ଆୟେସା ପରିଡା ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନର ଶେଷରେ ଅଧ୍ୟାପିକା ତାରିଣୀ ତନୟା ସର ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନରେ ଦ୍ବିତୀୟ ଅଧିବେଶନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧ୍ୟାପକ ଅରୁଣକୁମାର ମିଶ୍ର, ପ୍ରଶାନ୍ତ କୁମାର ରାଉତ, ମଳୟ କୁମାର ମଲ୍ଲିକ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଲିପ୍ସା ମିଶ୍ରଙ୍କ ତତ୍ବାବଧନାରେ ସାଂସ୍କୃତକ କାର୍ଯ୍ୟକ୍ରମ ଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ଦୀପ୍ତିମୟୀ ରାଉତ, ରୋଜାଲିନ ମହାନ୍ତି, ଝୁନୁମଣୀ ଜେନା, ରାଜଲକ୍ଷ୍ମୀ ଦାସ, ସୁଚିସ୍ମିତା ବେହେରା, ଦେବଜାନୀ ଦାସ, ଅଧ୍ୟାପକ ଚିତରଞ୍ଜନ ବଳ, ସନ୍ତୋଷକୁମାର ଜେନା, ସରୋଜ କୁମାର ଜେନା, ସୁରେନ୍ଦ୍ର କୁମାର ମଲ୍ଲିକ, ସ୍ମୃତିଶ୍ରୀ ବେହେରା, ପାୟେଲ ପ୍ରଧାନ, ବବିତା ନାୟକ, କ୍ରୀଡା ଶୀକ୍ଷକ ଅଶୋକ କୁମାର ଦାସ ପ୍ରମୁଖ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଗ୍ରନ୍ଥାଗାରିକ ଚିତ୍ତରଞ୍ଜନ ମଲିକ, କଲ୍ୟାଣୀ ପରିଡା, ପ୍ରଦୀପକୁମାର ପରିଡା, କ୍ଷୀରୋଦ ରାଉତ, ପ୍ରଶାନ୍ତକୁମାର ପଲେଇ, ବସନ୍ତ କୁମାର ସେଠୀ, ଦୁର୍ଗାବତୀ ସ୍ବାଇଁ, ଶିବପ୍ରସାଦ ଦାସ, ବିନାୟକ ପାଢୀ, ଅଶୋକକୁମାର ଭଞ୍ଜ, ସୁକାନ୍ନ୍ତି ଦାସ, ସତ୍ୟଭାମା ସ୍ବାଇଁ, ପ୍ରଶାନ୍ତକୁମାର ଦାସ, ପବିତ୍ର ଜେନା, ବିଚିତ୍ର ଦଳେଇ, କବିତାକଲ୍ଲୋଳିନୀ ସିହ୍ନା, ଅଚ୍ୟୁତ ମଲିକ, ରମେଶ ସ୍ବାଇଁ, ଜୟପ୍ରକାଶ ଦାସ, ପ୍ରଦୀପ ଦାସ ପ୍ରମୁଖ କର୍ମଚାରୀ ଛାତ୍ରୀ(ସଚ୍ଛାସେବୀ)ପ୍ରତିନିଧିମାନେ ଉପସ୍ଥିତ ରହି ପରିଚାଳନାରେସହଯୋଗିତl କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking