ନୂଆଦିଲ୍ଲୀ: ଯୁଦ୍ଧ ଆରମ୍ଭ ଦିନଠୁ ଭାରତକୁ ୩ ଲକ୍ଷ ୭୫ ହଜାରରୁ ଅଧିକ ଫେରିଲେଣି । ଇରାନରୁ ପ୍ରାୟ ୧ ହଜାର ଭାରତୀୟ ନିରାପଦରେ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୭୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି । ଗଲ୍ଫ ଦେଶଗୁଡିକରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ସିବିଏସଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟାଘାତ ନହେବା ପାଇଁ ପଦକ୍ଷେପ ନହେବା ପାଇଁ ପଦକ୍ଷେପ ନେଉଛୁ ।ଅନ୍ୟପଟେ ମୋଦି କହିଛନ୍ତି, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବହୁତ ଚ୍ୟାଲେଞ୍ଜିଂ ହୋଇଛି । ଏନେଇ ଲୋକସଭାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ପେଟ୍ରୋଲ, ଡିଜେଲ, ଗ୍ୟାସ ଯୋଗାଣ ପ୍ରଭାବିତ ନହେବାକୁ ଗୁରୁତ୍ୱ ଦିଆଯାଇଛି ।୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି । ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି । ଏଥିପାଇଁ ଘରୋଇ ଏସପିଜିକୁ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ପେଟ୍ରୋଲ , ଡିଜେଲ ଯୋଗାଣ ସ୍ୱାଭାବିକ ରହିଛି । ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି । ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି ।










