ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ଗାଁରେ ବାହାଘର ଭୋଜି ଖାଇ ୩୫ ଜଣ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ନିକଟସ୍ଥ ସ୍ୱାସ୍ତ୍ୟକେନ୍ଦ୍ରରେ ଚିକିତ୍ସାଧୀନ ହେଉଥିବା ବେଳେ ଅନ୍ୟମାନଙ୍କୁ ଆଠ ମଲ୍ଲିକ ଓ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜାଡାବାନ୍ତି ବ୍ୟାପିବା ଖବର ପାଇ ଆଠମଲ୍ଲିକ , ମାଧପୁରରୁ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସୂଚନା ଥାଉକି , କିଛି ଦିନ ତଳେ କିଛି ଜିଲ୍ଲାରେ ଝାଡା ବାନ୍ତି ବ୍ୟାପିବା ନେଇ ଗାଁମାନଙ୍କରେ କୌଣସି ପ୍ରକାର ଭୋଜି ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଘରେ ତିଆରି ଖାଦ୍ୟ ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଯାଜପୁର , ଭଦ୍ରକ ଜିଲ୍ଲାରେ ପ୍ରବଳ ମାତ୍ରାରେ ହଇଜା ବ୍ୟାପିବା ନେଇ ରାଜ୍ୟ ସରକାର ୨୦ ପରିବର୍ତ୍ତେ ସ୍କୁଲ ଛୁଟିକୁ ବଢାଇଥିଲେ ।










