32.1 C
Bhubaneswar
Wednesday, September 18, 2024
Homeଓଡିଶାଅଙ୍ଗନବାଡି କେନ୍ଦ୍ରରେ ୩୨,୨୬,୮୫୧ ଶିଶୁ ପଞ୍ଜିକୃତ ହୋଇଛନ୍ତି

ଅଙ୍ଗନବାଡି କେନ୍ଦ୍ରରେ ୩୨,୨୬,୮୫୧ ଶିଶୁ ପଞ୍ଜିକୃତ ହୋଇଛନ୍ତି

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୭୪,୧୯୨ ଟି ଅଙ୍ଗନବାଡି କେନ୍ଦ୍ରରେ ଛଅ ମାସରୁ ୬ବର୍ଷ ବୟସର ୩୨,୨୬,୮୫୧ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପରିପୂରକ ପୁଷ୍ଟି ଯୋଜନାରେ ୬ମାସରୁ ୬ବର୍ଷର ସାଧାରଣ ଶିଶୁଙ୍କ ପାଇଁ ଦୈନିକ ୮ଟଙ୍କା, ୬ମାସରୁ ୬ବର୍ଷ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପାଇଁ ଦୈନିକ ୧୨ଟଙ୍କା ଓ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଦୈନିକ ୯ଟଙ୍କା ୫୦ ପଇସା କରି ପ୍ରଦାନ କରାଯାଉଛି । ପରିପୂରକ ପୁଷ୍ଟି ଯେଜାନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ଶିଶୁମାନଙ୍କୁ ପ୍ରତି ମାସରେ ୨୫ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ୬ମାସରୁ ୩ବର୍ଷ ବୟସର ସାଧାରଣ ଶିଶୁଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଆଦି ପ୍ରଦାନ କରାଯାଉଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ୩ବର୍ଷରୁ ୬ବର୍ଷ ବୟସର ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଗରମ ରନ୍ଧାଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking