16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଆତ୍ମସମର୍ପଣ କଲେ ୩୧ ଦୁର୍ଦ୍ଦାନ୍ତ ମାଓବାଦୀ

ଆତ୍ମସମର୍ପଣ କଲେ ୩୧ ଦୁର୍ଦ୍ଦାନ୍ତ ମାଓବାଦୀ

ଛତିଶଗଡ଼: ଭୁଶୁଡ଼ୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାରପୁରରେ ଆତ୍ମସମର୍ପଣ କରିଛନ୍ତି ୩୧ ମାଓବାଦୀ । ସମସ୍ତଙ୍କ ନାଁରେ ଥିଲା ୮୧ ଲକ୍ଷ ଟଙ୍କାର ପୁରସ୍କାର । ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ଡିଭିସିଏମ୍, ଏସିଏମ୍ ଏବଂ ମିଲିସିଆଙ୍କ ମିଶାଇ ୩୧ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡ଼ା ଡିଆଇଜି ଓ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି । ଅନ୍ୟପଟେ ଛତିଶଗଡ଼ – ମହାରାଷ୍ଟ୍ର ସୀମାରେ ସୁରକ୍ଷା ବଳର ଏନକାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି  ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking