14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ

ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ

ଦୁଃଖବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌

ଚେନ୍ନାଇ: ତାମିଲ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ରାଜନୌତିକ ରାଲିରେ ଦଳଚକଟା ପରିସ୍ଥିତି ଉତ୍ପନ୍ନ ହୋଇ ୩୧ଜଣ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟାରେ ତାମିଲନାଡୁର କରୁର ଠାରେ ଆୟୋଜିତ ବିଜୟଙ୍କ ରାଲିରେ ଲକ୍ଷ ଲକ୍ଷ ସଂଖ୍ୟ ଲୋକ ରୁଣ୍ଡ ହୋଇଥିବା ବେଳେ ଏପ୍ରକାର ଅଘଟଣ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ୍ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୧୬ ଜଣ ମହିଳା, ୯ଜଣ ପୁରୁଷ ଏବଂ ୬ ଶିଶୁ ସାମିଲ ରହିଛନ୍ତି। ସେହିପରି ଏହି ଦୁର୍ଘଟଣାରେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି କିଛି ଲୋକଙ୍କ ନିଖୋଜ ରିପୋର୍ଟ ହୋଇଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ତାମିଲଗା ଭେଟ୍ଟି କାଝାଗମ୍ (ଟିଭିକେ) ପକ୍ଷରୁ ଆଜି ସନ୍ଧ୍ୟାରେ କରୁର ଠାରେ ଏକ ରାଲି ଆୟୋଜନ କରାଯାଇଥିଲା। ତେବେ ବିଜୟଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ଭାଷଣ ଶୁଣିବା ପାଇଁ ବହୁ ସଂଖ୍ୟକ ଲୋକ ଏଠାରେ ଏକାଠି ହୋଇଥିଲେ। ବିଜୟ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଜଣେ ୯ ବର୍ଷୀୟ ଝିଅ ନିଖୋଜ ହୋଇଯାଇଥିବାର ଖବର ତାଙ୍କ ପାଖରେ ପହଞ୍ôଚଥିଲା। ନିଖୋଜ ଝିଅକୁ ଖୋଜିବାକୁୂ ଏବଂ ତାଙ୍କ ପରିବାରରକୁ ସହାୟତା କରିବାକୁ ବିଜୟ ପୁଲିସ୍ ଏବଂ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଥିଲେ। ଏହାପରେ ଲୋକଙ୍କ ମଧ୍ୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ରେ ଫସି ରହିବା ଯୋଗୁଁ ଅନେକ ଲୋକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଏବଂ ଅନେକ ଲୋକ ଏବଂ କର୍ମୀ ଅଚେତ ହେବାକୁ ଲାଗିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ବିଜୟ ତାଙ୍କ ଭାଷଣ ବନ୍ଦ କରି ଶାନ୍ତ ରହିବା ପାଇଁ ଅପିଲ୍ କରିଥିଲେ। ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କରୁର ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଆହତଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ମଧ୍ୟ ସେ କହିଛନ୍ତି। ସେ ତିରୁଚିରାପାଲି ମନ୍ତ୍ରୀ ଅନବିଲ୍ ମହେଶଙ୍କୁ ମଧ୍ୟ ରିଲିଫ୍ କାର୍ଯ୍ୟରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏଡିଜିପିଙ୍କୁ ମଧ୍ୟ କହିଛନ୍ତି। ସେ ଜନସାଧାରଣଙ୍କୁ ଡାକ୍ତର ଏବଂ ପୋଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ପ୍ରକାଶ, ବିଜୟଙ୍କ ରାଲିରେ ୧୦,୦୦୦ ଲୋକଙ୍କ ଅନୁମତି ସୀମା ଥିଲା। କିନ୍ତୁ ପ୍ରଶାସନ ୫୦ ହଜାର ଲୋକଙ୍କ ସମାଗମ ଆକଳନ କରିଥିଲା, କିନ୍ତୁ ସେଠାରେ ପ୍ରାୟ ୧.୫୦ ଲକ୍ଷ ଲୋକ ସମାଗମ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking