37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶକଙ୍ଗୋ ହିଂସାରେ ୩ ହଜାର ଲୋକଙ୍କର ମୃତ୍ୟୁ

କଙ୍ଗୋ ହିଂସାରେ ୩ ହଜାର ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ହିଂସା ବୃଦ୍ଧି ହେତୁ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୩ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ସମାନ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। କ୍ରମାଗତ ଭାବେ ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ମାନବାଧିକାର ସଂସ୍ଥା(ୟୁଏନଏଚ୍‌ଆରସି) ଶୁକ୍ରବାର ଦିନ ଏକ ଜରୁରୀକାଳୀନ ଅଧିବେଶନ ଡାକିଥିଲେ। ଜରୁରୀକାଳୀନ ଅଧିବେଶନରେ କଙ୍ଗୋ ସରକାର ୪୭ଟି ଦେଶର ସହଯୋଗରେ ମାନବ ଅଧିକାର ପରିଷଦକୁ ରୁୱାଣ୍ଡା ଓ ଏସ୍‌-୨୩ ବିଦ୍ରୋହୀଙ୍କୁ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଉତ୍ତରଦାୟୀ କରିବାକୁ ଅନୁରୋଧ କରିଥିଲେ।

ଏହି ବୈଠକରେ ଉକ୍ତ ଅଞ୍ଚଳରେ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ କଙ୍ଗୋ ସରକାର ଅନୁରୋଧ କରିଥିଲେ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ବିଦ୍ରୋହୀମାନଙ୍କୁ ବନ୍ଧୁକ ଛାଡି ମଧ୍ୟସ୍ଥତା କରିବାକୁ ଆହ୍ୱାନ ଦେଇଛନ୍ତି। ମାନବିକ ଅଧିକାରର ସଂଗଠନର ମୁଖ୍ୟ ଭୋଲକର ତୁର୍କ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି କଙ୍ଗୋବାସୀ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ହିଂସାର କ୍ରମାଗତ ବୃଦ୍ଧି ଯୋଗୁଁ କଙ୍ଗୋରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ଯଦି ଶୀଘ୍ର କିଛି କରା ନ ଯାଏ ତେବେ ପୂର୍ବ କଙ୍ଗୋ ବାସିନ୍ଦାଙ୍କ ଅବସ୍ଥା ଆହୁରି ଖରାପ ହେବା ସହ ଏବଂ ଏହି ଅଞ୍ଚଳର ବିପୁଳ ଖଣିଜ ସମ୍ପଦକୁ ନେଇ ଆହୁରି ତିକ୍ତତା ବଢିପାରେ ବୋଲି ସେ ନିଜ ସମ୍ଭାଷଣରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking