ଭୁବନେଶ୍ୱର: ୩ ମାସରେ ୩ ହଜାର ହେକ୍ଟର ଜଙ୍ଗଲ ଜଳିଲାଣି । ରମେଶ ବେହେରାଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ୨୦୨୧ରେ ୨୮ ହଜାର ୫୬୯ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଛି । ୨୦୨୩ରେ ୯,୭୧୧ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଛି । ୪ ବର୍ଷରେ ୫୩,୮୨୦ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି ।