ଭୁବନେଶ୍ୱର: ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ । ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ ଆଳୁ ଦର । ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସୂଚନା ଯୋଗ୍ୟ ପଶ୍ଚିମବଙ୍ଗରେ ଓଡିଶାକୁ ଆଳୁ ନ ଦେବାକୁ ମନାକରିଦେଇଥିବା ବେଳେ , ଗାଡି କୁ ଛାଡ଼ିନଥିଲେ । ଏ ନେଇ ୩ ଦିନ ହେଲା ରାଜ୍ୟରେ ଆଳୁ ଦର ବୃଦ୍ଧି ଘଟିଥିବା ବେଳେ ଆଳୁର ଦାମ ୫୦ ରୁ ଅଧିକ ରହିଛି । ସେହିପରି ଯୋଗାଣ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖି କହିଥିଲେ ଯେ , ପଶ୍ଚିମ ବେଙ୍ଗକୁ ଆଳୁ ମାଗିବୁ ନାହିଁ । ୟୁପି ରୁ ଆଳୁ ଆସିବ । ୟୁପି ରେ ଆଳୁ କିଲ ୨୨ ତାଙ୍କ ଥିବା ବେଳେ ଗୋଟେ କିଲୋ ଆଳୁ ପିଛା ୪ ଟଙ୍କା ଭଡା ପଡିବ । ଆଜି ଏହି ପରିପେକ୍ଷୀରେ ଯୋଗାଣ ମନ୍ତ୍ରୀ କହିଛନ୍ତି ୟୁପି ରୁ ଆସୁଛି ୩୦୦ ଟ୍ରକ ଆଳୁ ।










