ବ୍ରହ୍ମପୁର: ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ । ଛତ୍ରପୁର ଜାତୀୟ ରାଜପଥ ନିକଟରେ ଜଳିଗଲା ୩୦ ଇଲେକ୍ଟ୍ରି ସ୍କୁଟି ।ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲା । ନିଆଁ ଏତେ ମାତ୍ରାରେ ବଢିଯାଇଥିଲା ଯେ ଆୟତ୍ତ କରିବା ଅସମ୍ଭବ ଥିଲା । ପ୍ରାୟ ୧ ଘଣ୍ଟା ପରେ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଥିଲା । ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମପେଟା ଯାଉଥିଲା ଟ୍ରକ ।










